Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ପ୍ରକୃତି ଅଗଣା

ପ୍ରକୃତି ଅଗଣା

1 min
140


ଅଳସୀ ଫୁଲ ଅଗଣା

ସୂର୍ଯ୍ୟମୁଖୀ ଫୁଲ ଝରଣା

ପାହାଡି ଘାଟି ନାକରେ ଗୁଣା

ଦୂରରୁ ପାଖରୁ ଲାଗେ ସୁଗୁଣା l

କିଏ ଦେଇଛି କି ବଇନା

ହେବାକୁ ସୌନ୍ଦର୍ଯ୍ୟ ସୁଲକ୍ଷଣା

ପ୍ରକୃତି ରଖିଛି କେତେ ଗହଣା

ମନୁଷ୍ୟ ଶ୍ରମ କରେ ସ୍ୱୟଂସମ୍ପର୍ଣ୍ଣା l

ପ୍ରକୃତିର ପକ୍ଷୀ କୁଜ୍ଜନ

ପ୍ରକୃତିର ନଈ ହ୍ରଦ ଗମନ

ସମୁଦ୍ରରେ ଢେଉ ସାଥେ ଗର୍ଜ୍ଜନ l

ଆକାଶର ତାରା ଫୁଲ ମଗନ

ପ୍ରକୃତି ଖଞ୍ଜିଛି ବିଧାତା ଶୁଭ ଲଗନ

ଋତୁ ମାନଙ୍କର କଳ ଗାଉଣା

ପ୍ରକୃତି ମାଗୁନି କେବେ ପାଉଣା l

ଜୀବନ ମାଗୁଛି ପ୍ରକୃତି ସୁଗୁଣା

ପ୍ରକୃତି ଖେଳୁଛି ପୃଥିବୀ ଅଗଣା

ଧରାରେ ପ୍ରକୃତି ସାଜି ଗହଣା

ଖେଳୁଛି ଅନବରତ ସୁନା ବରଣା l

ଅଳସୀ ଫୁଲ ଚାଙ୍ଗୁଡ଼ି ବରଣା

ସୁନ୍ଦର ଦିଶୁଛି ଧରା ଅଗଣା

ପ୍ରକୃତି ଧରିଛି ଆଞ୍ଜୁଳେ କରୁଣା l


Rate this content
Log in

Similar oriya poem from Abstract