Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Abstract

3  

Pratima Satpathy

Abstract

ଲୁହ ମୋର ସାଥୀ

ଲୁହ ମୋର ସାଥୀ

1 min
115


ପ୍ରତିମା ଶତପଥି, ଜିଲ୍ଲା ଯାଜପୁର..

ଶୀର୍ଷକ,, ଲୁହ ମୋର ସାଥି.

ମନ, ହୃଦୟ ରେ ଆଘାତ ଲାଗିଲେ

    ଆପେ ଆପେ ଆସିଯାଏ

ଦୁଇ ଆଖି ଦେଇ ବହିଯାଏ ସିଏ

   ପ୍ରକୃତ ସାଥି ଟି ସିଏ.

ମନ ଭିତରର ଗୋପନ କଥାକୁ

   ସହଜରେ ବୁଝିପାରେ

ଦୁଃଖ ହେଉ ଅବା ସୁଖରେ ସେ ଆସେ

   ମନ କୁ ହାଲୁକା କରେ.

ସମୟ ଚକ୍ରରେ ସବୁ ଚାଲିଗଲେ

   ସିଏ ଛାଡି ଯିବ ନାହିଁ

ସବୁବେଳେ ପାଶେ ପାଶେ ରହିଥିବ

   ଯେପରି ଦେହର ଛାଇ.

ମନ ବେଦନାକୁ ହରଣ କରଇ

  ଲୋତକର ବନ୍ୟା ସାଜି

ବହିଗଲେ କିଛି ବୁଝିଯାଏ ମନ

   ସବୁଠୁ ସେ ପ୍ରିୟ ସାଥି.

ନୟନ ସମୁଦ୍ରେ ଲୋତକଢେଉରେ

    ଲହଡି ଭାଙ୍ଗିଛି ଯିଏ

ପଥରଠୁ ଟାଣ ହୃଦୟ ତାହାର

   ଆପେ, ଆପେ ହୋଇଯାଏ.

ଲୁହ ପରି ସାଥି କେହି ଯେ. ନାହାନ୍ତି

   ଏଇ ଜଗତରେ ଜାଣ

ସବୁବେଳେ ସିଏ ସାଥିରେ ରହଇ

   ସୁଖ, ଦୁଃଖ, ଅଭିମାନ.

ରାଜା, ପ୍ରଜା, ଧନୀ, ଗରିବ, ଭାବନା

   ତାର ବିଚାରରେ ନାହିଁ

ସୁଖ ହେଉ ଅବା ଦୁଃଖରେ ତା ସ୍ୱାଦ

    ଦେଇଥାଏ ସେ ଚଖାଇ.

ନୟନ ଭିତରେ ଘର କରିଥାଏ

   ଆଘାତ ଲାଗିଲେ ଆସେ

ଦୁଇଧାର ଦେଇ ବହିଯାଏ ସିଏ

    ରାତ୍ର ହେଉ କି ଦିବସେ ।


Rate this content
Log in

Similar oriya poem from Abstract