Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

3  

Niranjan Mishra

Abstract

ଜୀବନ ଧନ

ଜୀବନ ଧନ

1 min
183



ଜୀବନ ଧନ ମୋହର ସବୁ ତୁମେ ଜାଣ

କରିଛି ଜୀବନ ତୁମ ପଦେ ସମର୍ପଣ ।


ମୋ ସମାନ ଅକିଞ୍ଚନ ଜଗତରେ ନାହିଁ

ତୁମ ସମାନ ଦାତା ମୁଁ କାହିଁ ନ ଦେଖଇ।


ସଭିଙ୍କ ଭିତରେ ବସି ସବୁ କରାଉଛ

ମୋ ଦୁଃଖ ଦୁର୍ଦ୍ଦଶା କିବା ତୁମେ ନ ଦେଖୁଛ ।


ଦ୍ରଷ୍ଟା ଦୃଶ୍ଯ ସବୁ ତୁମେ ମୋ ଜୀବନ ଧନ

କାହିଁକି ଅବା ବିରସ କରିବି ମୋ ମନ ।


ତୁମଠୁ ଅଧିକ ମୋତେ କିଏ ଭଲ ପାଏ

ଏକଥା ଗୋଟି ମୁଁ ନ ବୁଝିଲି ଆଜିଯାଏଁ ।


ହୃଦୟରେ ସଦା ନିତ୍ଯ ତୁମ ଧ୍ୟାନ ହେଉ

ମୁଖରେ ତୁମର ନାମ ସଂକୀର୍ତ୍ତନ ହେଉ।


କାନରେ ସର୍ବଦା ତୁମ କଥା ପଡୁଥାଉ

ପ୍ରେମାନନ୍ଦରେ ତୁମର ପୂଜା ହେଉଥାଉ।


ନେତ୍ରରେ ତୁମର ମୂର୍ତ୍ତି ବିରାଜିତ ହେଉ

ଚରଣରେ ତୁମ ପାଶକୁ ମୋ ଯାତ୍ରା ହେଉ।


ରସନାରେ ସଦା ତୁମ ତୀର୍ଥ ରହିଥାଉ

ଭୋଜନ ମୋ ତୁମରି ପ୍ରସାଦ ହେଉଥାଉ।


ସାଷ୍ଟାଙ୍ଗ ପ୍ରଣାମ ତୁମ ଚରଣରେ ହେଉ

ଭକତଙ୍କ ଆଲିଙ୍ଗନ ଆହ୍ଲାଦରେ ହେଉ।


ତିଳେମାତ୍ର ସେବା ବିନା ବ୍ୟର୍ଥରେ ନ ଯାଉ

ଜୀବନ ଧନ ଏ ସ୍ୱଧର୍ମ ମୋ ମନେ ରହୁ।



Rate this content
Log in

Similar oriya poem from Abstract