STORYMIRROR

Sunanda Mohanty

Abstract Others

3  

Sunanda Mohanty

Abstract Others

ଶୀତ ବସ୍ତ୍ର

ଶୀତ ବସ୍ତ୍ର

1 min
125


ଶୀତ ବସ୍ତ୍ର ଉଷୁମ ଅତ୍ୟନ୍ତ

ସାଏଟର ମଫଲର ଶାଲ

ରେଜେଇ କମ୍ବଳ ଶୀତର ମିତ

ପଖାଳ ଲୋଡ଼ା ନାହିଁ ଉଷୁମ ଭାତ

ଶୋଇବା ବୁଲିବା ପିନ୍ଧି ଶୀତ ବସ୍ତ୍ର

ଝାଳ ବୁହେ ନାହିଁ ଗଳ ଗଳ

ଶୀତରେ ମୁଣ୍ଡେ ଲଗାଇ ତେଲ

ପବନରୁ ରକ୍ଷା ପାଇଁ ଚାଦର ଭଲ

ଶୀତ ବସ୍ତ୍ର ଧନୀର ବହୁତ

ଗରୀବକୁ ନିଅଣ୍ଟିଆ ତା ପଣତ

ଶୀତବସ୍ତ୍ର ପରିଧାନ କରି ଜଗନ୍ନାଥ

ଦିଅନ୍ତି ବାଣ୍ଟି କୁଣ୍ଟି ସଭିଙ୍କୁ ଶୀତ ବସ୍ତ୍ର

କାକର କୁହୁଡିରେ ପିନ୍ଧି ଶୀତ ବସ୍ତ୍ର

ବୁଲିବାକୁ ଯାଆନ୍ତି ଲୋକେ ଦେଖି ଯାତ

ନିଆଁ ପୁଇଁ ଦେହକୁ ଆରାମ ଦିଅନ୍ତି ବହୁତ

ଶୀତ ବସ୍ତ୍ର ବିନା ମନୁଷ୍ୟ ରୋଗଗ୍ରସ୍ତ

ପଶୁ ପକ୍ଷୀ ନିଦରେ ଘୁମେଇ ପଡନ୍ତି ତୁରନ୍ତ

ମାଟି ମାଆ କୋଳେ ଖୋଳି ଗାତ

ମାଟି ଭିତରେ ରହନ୍ତି ମାଟି ଘୋଡେ଼ଇ ହୋଇତ

ହାଇବରନେଟିଂ ବୋଲି ବିଜ୍ଞାନୀ କହନ୍ତିତ

ଶୀତ ପାଇଁ ଲୋଡା ବସ୍ତ୍ର ଏକଥା ନିଶ୍ଚିନ୍ତ

ଯାହାକୁ ଯାହା ଦେଇଛନ୍ତି ବିଧାତା ପ୍ରସାରି ହସ୍ତ

 ଦିବ୍ୟ ଦୈବୀ କୃପାରୁ ସ୍ଵହସ୍ତେ ବସ୍ତ୍ର ପରସ୍ତ୍ର।


Rate this content
Log in

Similar oriya poem from Abstract