STORYMIRROR

ତାରାପ୍ରସାଦ ଜେନା

Classics

3  

ତାରାପ୍ରସାଦ ଜେନା

Classics

ଅଲାଜୁକ ମୁହେଁ ଖଡ଼ାଗଛ

ଅଲାଜୁକ ମୁହେଁ ଖଡ଼ାଗଛ

1 min
242

ଅଲାଜୁକ ମୁହେଁ ଖଡ଼ାଗଛ

ଗୁଜୁରାତି ଚୋପା ବାଟରୁ ଗୋଟେଇ

ଖାଇଥିଲା ବୋଲି କହେ ମିଛ


ଅଲାଜୁକ ମୁହେଁ ଖଡ଼ାଗଛ

ମାନ ପଛେ ନାହିଁ ମାନପତ୍ର କିଣି

ଗଳା ଝୁଲା ଆହା ବଡ଼ ସ୍ବଚ୍ଛ


ଅଲାଜୁକ ମୁହେଁ ଖଡ଼ାଗଛ

ବାରନାରୀ ଧରି ବର ନାରୀ କହେ

ଖୋଲା ମେଲା ପ୍ରେମ ଭଲ ବାଛ


ଅଲାଜୁକ ମୁହେଁ ଖଡ଼ାଗଛ

ପୂଜା ଧ୍ବଜା ପାଇଁ କେତେ ଛନ୍ଦ ଜାଣେ

ଗୋଡ଼ ଧରା ଧରି ଆଗ ପଛ


ଅଲାଜୁକ ମୁହେଁ ଖଡ଼ାଗଛ

କୁମ୍ଭୀର କାନ୍ଦଣା ବଢ଼ିଆ ଜାଣିଛି

ଲୁହ ଡବ ଡବ ଆଖି ପୋଛ


ଅଲାଜୁକ ମୁହେଁ ଖଡ଼ାଗଛ

ମନକୁ ମନ ତ ସୁନ୍ଦର ନାଚୁଛି

ନଚାଉଛି କାଳେ କେକା ପୁଛ


ଅଲାଜୁକ ମୁହେଁ ଖଡ଼ାଗଛ

ଶତ୍ରୁକୁ ଦେଖିଲେ ପିଳେହି ପାଣିଟା

ବୀର ବୋଲି ଆଡ଼ା ଖାଡ଼ା ମୁଛ


ଅଲାଜୁକ ମୁହେଁ ଖଡ଼ାଗଛ

ଘର ଚୁଲି ପଛେ ଧଣ୍ଡ ଶୋଇଥାଉ

ଖିଆ ଉଚ୍ଚା ବୋଲି ତୁଣ୍ଡ ତୁଛ


ଅଲାଜୁକ ମୁହେଁ ଖଡ଼ାଗଛ

ମୀନ ଦଣ୍ଡକିରୀ ଉପରେ ଡିଅଁନ୍ତି

ତୁନିଥାଏ ଦେଖ ରୋହି ମାଛ


ଅଲାଜୁକ ମୁହେଁ ଖଡ଼ାଗଛ

ଚୂନ କାଳି ବୋଳି ଜୋତାମାଳ ପିନ୍ଧା

ଲୋଡ଼ାନାହିଁ ତା'କୁ ସଜ ଗୁଚ୍ଛ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics