STORYMIRROR

ବିଜୟ କୁମାର ନାୟକ

Fantasy

4  

ବିଜୟ କୁମାର ନାୟକ

Fantasy

ଅଲାଜୁକ ଆଖିଆ

ଅଲାଜୁକ ଆଖିଆ

1 min
184


ବହଳ ବହଳ ସପନ ଜମାଟ

ବାନ୍ଧିଲେଣି ଆଶା ପୋଷି,

ଆଖିଆର ତଳେ ଅଣଦେଖା ହୋଇ

ରାଗି ବସିଲେଣି ଋଷିି।


ବିକଟାଳ ରୂପ ଧାରଣ କରିଛି

ନିର୍ଜନ ନିଶିଥ ରାତି,

ସହଜେ ହୁଏନି ବୋଧଗମ୍ୟ କାହିଁ

ସଞ୍ଚରେ ନବୀନ ଭୀତି।


ଗହଳ ଚହଳ ଭଟ୍ଟା ପଡ଼ିଲାଣି

ପଡୁନାହିଁ ଆଖିପତା,

ଲାଜ ସରମକୁ ଖୋଲି ପକାଉଛି

ସହଜେ ସରମିଲତା।


ଆହୁରି ଦେଖିବ ସହଳ ସହଳ

ନହେଉ ପଛେ ପୂରଣ,

ଦିବାସ୍ଵପ୍ନ ଦଶା କରୁ ଲୋକହସା

ହସି କରିବ ବରଣ।


ଭରଷା ପାଇଛି ଯାହାଠାରୁ ଥରେ

ତା ପାଇଁ ସବୁ କାରଣ,

କଅଁଳ ନିରୀହ ଆଶା ବିନିମୟେ

ଜୀବନ ହେଉ ହରଣ ।


ନ ଥିବ ନୟନ ନ ଦେଖିବ ସ୍ଵପ୍ନ

କରିବନି ଅଭିମାନ,

ଏ ଜନମ ନୁହଁ ସବୁ ଜନମରେ

ନ ହୋଇବ ହୀନିମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy