STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଅକୁହା କଥା

ଅକୁହା କଥା

1 min
365

ଅକୁହା କଥାଟି ଶୁଣ

କାହାରି ଆଗରେ କହି ନୁହଇ ତା

ମନରେ ରଖ ଏ ଗୁଣ।


ମନରୁ କିଛି ନ କହେ

ଶାସ୍ତ୍ର ପୁରାଣରେ ରହିଅଛି ଯାହା

ସେଇ କଥା ଆଜି କହେ ।


କେବେ ନିଜର ଆୟୁଷ

ଅକୁହା କଥା ତା କାହାରି ଆଗରେ

କରିବ ନାହିଁ ପ୍ରକାଶ ।


ଧନ ରଖିଅଛ କେତେ

ଅକୁହା କଥା ତା କାହାକୁ ନକୁହ

ପଚାରିଲେ ଯିଏ ଯେତେ ।


ଛିଦ୍ର ଆପଣା ଘରର

ଅକୁହା କଥା ତା ମନେରଖ କେବେ

ନ କହିବ କା ଆଗର ।


ପ୍ରାପ୍ତ ହେଲ ଗୁରୁମନ୍ତ୍ର

ଅକୁହା କଥା ତା କାହାରି ଆଗରେ

କହିବ ନାହିଁ ସେ ମନ୍ତ୍ର ।


ନିଜର ମୈଥୁନ ଗୂଢ

ଅକୁହା କଥା ତା କେବେ ନ କହିବ

ସମ୍ପର୍କ ଯେତେ ନିବିଡ ।


କେଉଁଠାରେ ଅପମାନ

ପାଇଥିବ ଯଦି କେବେ ନ କହିବ

ଅକୁହା କଥା ତା ମାନ ।


ତପ କରିଅଛ କେତେ

ଅକୁହା କଥା ତା ନ କହିବ କେବେ

ପଚାରିଲେ ଯିଏ ଯେତେ ।


ଦେଇଅଛ କେତେ ଦାନ

ଅକୁହା କଥା ତା ନ କହିବ କେବେ

ରଖିବ ସଦା ଗୋପନ ।


ଏଇ ନଅ ଗୋଟି କର୍ମ

ଅକୁହା କଥା ତା ରଖିବ ଗୋପନ

ଏହାହିଁ ମାନବ ଧର୍ମ ।


Rate this content
Log in

Similar oriya poem from Inspirational