Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

3.0  

Birakishore Nayak

Inspirational

ଅକୁହା କଥା

ଅକୁହା କଥା

1 min
371



ମଣିଷ ଜୀବନେ ଏମିତି ବି କିଛି

    ଥାଏ ଅତି ଗୋପନୀୟ,

କାହାରି ଆଗରେ କହି ହୁଏ ନାହିଁ

    ନୁହେଁ ମଧ୍ୟ ସହନୀୟ |

ଏମିତି ଘଟଣା ସଭିଙ୍କ ଜୀବନେ

    ଆସିଥାଏ ଧକା ଦେଇ,

ହଜେନା ମନରୁ କୁହୁଳୁ ଥାଏ ସେ

    ସବୁଦିନ ସ୍ମୃତି ହୋଇ |

କେବେ ଅଜାଣତେ କେବେ ଚେତନାରେ

    ଭୁଲ କିଛି ହୋଇଯାଏ,

ପରିଣାମ ଯାର ଅତି ଭୟଙ୍କର

    ଜୀବନେ ବେଦନା ଦିଏ |

ହାରିବା ହେଉ କି ଜିତିବା ବି ହେଉ

    ହୁଏନାହିଁ ସମ୍ବରଣ,

ଯେହେତୁ ହୃଦୟ ଗ୍ରହଣ କରେନା

    ପରାଜିତ ହୁଏ ମନ |

ପାପର କାଳିମା ବୋଳି ହୋଇଯାଏ

    କେହି ବି ନଜାଣୁ ଜଣେ,

ନିଜେ କିନ୍ତୁ ସଦା ଜଳି ମରୁଥାଏ

     ଲୁଚି ଲୁଚି ନିୟନ୍ତ୍ରଣେ |

ଅତି ଆପଣାର ସ୍ନେହୀଜନ ପାଶେ

    ବିଶ୍ୱାସ ହରାଇ ଥାଏ,

ବିବେକ ଦଂଶନେ କହି ହୁଏ ନାହିଁ

     ମନ ଛଟପଟ ହୁଏ |

କହିବାକୁ ଥରେ ଭୟ ଲାଗେ ତାକୁ

     ତେଣୁ ସେ ପାରେନା କହି,

ଅକୁହା କଥା ଯେ ଅଙ୍ଗେ ନିଭାଇଛି

     ଦେହେ କଳା ବୋଳିଦେଇ |



Rate this content
Log in

Similar oriya poem from Inspirational