ଅକ୍ଷୟତୃତୀୟା
ଅକ୍ଷୟତୃତୀୟା
ପାରମ୍ପାରିକ କିନ୍ତୁ ଯୌଗିକ ପର୍ବଟିଏ
କବିଶ୍ରେଷ୍ଠ ଜୟଦେବଙ୍କ ଜୟନ୍ତୀ
ଗୀତଗୋବିନ୍ଦ ଜଗନ୍ନାଥ ଶୁଣନ୍ତି
ଚନ୍ଦନ ଲାଗି ରଥ ଅନୁକୂଳ ଏ ଦିନ l
ପାଞ୍ଚି ପୋଥି ଗଣନା ଉର୍ଦ୍ଧରେ
ଦିନଟିର ହୁଏ ପରିସମାପ୍ତି
ଘର ପ୍ରତିଷ୍ଠା, କାନଫୋଡା, ବାହାଘର ବ୍ରତଘର
ଜନ୍ମଦିନ କିନ୍ତୁ ଜୟଦେବଙ୍କର l
ଓଡିଶା ପାଳୁଛି ଯୋଗଜନ୍ମା କବିଙ୍କ ସ୍ମୃତି
ଦେବଦାସୀଙ୍କ କଳଗାଉଣା ର ସମସ୍ତ ପଂକ୍ତି
ନସରିବା ଯାଏଁ ଗୀତଗୋବିନ୍ଦ ଗୋବିନ୍ଦ ନଶୁଅନ୍ତି
ଗୀତଗୋବିନ୍ଦ ରୁ ଗୋବିନ୍ଦ l
ନା ଦୁହେଁ କଙ୍ଗାରୁ ଶବ୍ଦ ମୁଁ ହୁଏ ଭାବିଚିନ୍ତି
ଯାହା ବି ହେଉ ଭାରି ଭାରେ ଭରି କରାମତି
ଆସିଛି ଜୟଦେବଙ୍କ ଜୟନ୍ତୀ l
ଦେହି ପଦ ପଲ୍ଲଵ ମୁଦାର ନହେଉ ଜନଶ୍ରୁତି
ସେହି ପଦ, ଭାବ ଓ ଭକ୍ତି ର ନହେଉ ଇତି
ରଥ ଚଢି ଜଗନ୍ନାଥ ଯିବେ ମାଉସୀ ଘର
ବର୍ଷକୁ ବର୍ଷ, ଉଭା ବଡଦାଣ୍ଡେ ଥରକୁ ଥର l
ଗୁଣ୍ଡିଚା ରାଣୀ ବଞ୍ଚିଥାଆନ୍ତୁ ନହୋଇ ଜନଶ୍ରୁତି କିମ୍ବଦନ୍ତୀ
ଭକ୍ତର ଭଗବାନ ବୋଲି ଉଦାହାରଣ ଆଜିର ଦିନଟି
ଅକ୍ଷିତୃତୀୟା ନାମ ସଂସ୍କରଣେ ଜଗନ୍ନାଥ
ଚନ୍ଦନ ଲାଗି ହୋଇ ଆରମ୍ଭି ଚାପ ଖେଳନ୍ତି,l
ବାରମାସେ ତେର ଜାତର ଅଦ୍ୟ
ଜଳକ୍ରୀଡା ସ୍ୱାସ୍ଥ୍ୟପ୍ରଦ କହନ୍ତି ବୈଦ୍ୟ
ଜଗନ୍ନାଥ କଥା ମାନନ୍ତି ଭକ୍ତକୁ ଅବଶ୍ୟ ଶିଖାଇଥାନ୍ତି
ମଲ୍ଲିଫୁଲ ହସ୍ତେ ରସିକରାଜ ଚନ୍ଦନ ଚନ୍ଦନ ବାସନ୍ତି l
