STORYMIRROR

DR PRASANTA KUMAR BISWAL

Children

3  

DR PRASANTA KUMAR BISWAL

Children

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
127


ଅକ୍ଷୟ ତୃତୀୟା  ଦିବସ ମହାନ

   ମହାତ୍ମ୍ୟ ଅନେକ ଜାଣ,

ବୈଶାଖ ମାସରେ ଶୁକ୍ଳ ତୃତୀୟାରେ

  ସଦା ଆସେ ଏହି ଦିନ।


ଜନ୍ମ ହୋଇଥିଲେ ଅନେକ ମହର୍ଷି

    ପର୍ଶୁରାମ ଜୟଦେବ,

ସତ୍ଯ ଠୁ ତ୍ରେତୟା ଦ୍ବାପର ଓ କଳି

  ଏହି ଦିନରେ ଆରମ୍ଭ ।


ବ୍ରହ୍ମାଙ୍କ କୁମର  ଅକ୍ଷୟ କୁମାର

   ଜନ୍ମ ତିଥି ଶୁଭଦିନ ,

ତପସ୍ଯା ବଳରେ ଭଗିରଥ ରାଜା

   କୂଳକଲେ ଉଦ୍ଧାରଣ।


ଗଙ୍ଗା ଆଗମନେ ପବିତ୍ର ହୋଇଲା

   ପୂଣ୍ଯ ଭୂମି ଏ ଭାରତ,

ବାର ମାସ ଏହି ଯାତରା ଭିତରେ

  ଅକ୍ଷି ତୃତୀୟା ମହତ।


ଅନାଦି କାଳରୁ  ଚାଷୀଭାଇ ଆଜି

   ଆରମ୍ଭଇ ଚାଷକାମ,

ମାଆ ଲକ୍ଷ୍ମୀଙ୍କର ପୂଜା କରି ଚାଷି

   ବିଲେ ବୁଣଇ ବିହନ।


ବନ୍ଧୁତ୍ବ ସନ୍ତକ  କୃଷ୍ଣ ସୁଦାମାଙ୍କ 

   ମିଳନ ଦିବସ ଜାଣ,

ବୃନ୍ଦାବନ ଧାମ ପ୍ରସିଦ୍ଧ ଏ ଦିନ

  ମିଳେ ଶ୍ରୀଚଣ ଦର୍ଶନ। 


ଜଗତର ନାଥ  କାଳିଆ ସାଆନ୍ତ 

   ରଥକାଠ ଅନୁକୂଳ ,

ଚନ୍ଦନ ଯାତରା  ଆରମ୍ଭ ହୁଅଇ

   ମନଲୋଭା ଚାପଖେଳ।

   

ଆଜିର ଦିନରେ ସୁବର୍ଣ୍ଣ କିଣିଲେ

    ବଢଇ ବିଶ୍ବାସ ଧନ,

ଯେଉଁ କାମ ଯିଏ  ଆରମ୍ଭ କରଇ

    ପୂର୍ଣ୍ଣ ହୁଏ ମନସ୍କାମ ।


Rate this content
Log in

Similar oriya poem from Children