ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟା ଆଜି ଆସିଛି
କୃଷକ ର ମନ ଫୁଲି ଉଠୁଛି।
ଏଇ ଦିନ ଶଙ୍ଖ ହୁଳହୁଳି ରେ
ଚାଷୀ ବୁଣେ ବିହନ ଖୁସି ମନରେ।
ଗଉଣୀରେ ଭରି ନୂଆ ବିହନ
କରେ ମହାଲକ୍ଷ୍ମୀ ପୂଜାବିଧାନ ।
ୟାକୁ ଅକ୍ଷି ମୁଠି ବୋଲି କହନ୍ତି
ସ୍ତ୍ରୀ ଲୋକ ଷଠି ପୂଜା କରନ୍ତି।
ଶ୍ରୀଜୀଉଙ୍କ ରଥ ନିର୍ମାଣ ହୁଏ
ଚନ୍ଦନ ଯାତ୍ରା ଦେଖିଛ କିଏ?
ଅକ୍ଷି ତୃତୀୟ ବଡ ମହାନ
ସବୁ ଶୁଭ କାମ ହୁଏ ଏ ଦିନ।
ଓଡ଼ିଶା ର ଏହା ଅତୀତ କଥା
ଓଡ଼ିଆ ର ଅଟେ ଗୌରବ ଗାଥା ।
