STORYMIRROR

Kishore Nayak

Inspirational

4  

Kishore Nayak

Inspirational

ଅଖଣ୍ଡ ଭାରତର ବୀର ସୈନିକ

ଅଖଣ୍ଡ ଭାରତର ବୀର ସୈନିକ

1 min
241

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ଅଖଣ୍ଡ ଭାରତର ବୀର ସୈନିକ 

        ଉଠରେ ଜାଗି 

ଶତ୍ରୁକୁ ଭେଦି ଚଳାଅ ଗୁଳି ଦର୍ପେ 

       ଏ ଦେଶ ଲାଗି ll


ଏ ମାଟିର ଧୂଳିକୁ ମଥାରେ ବୋଳି 

        ଶପଥ ନିଅ 

ଶତ୍ରୁର ଔଦ୍ଧତ୍ୟ କରିବାକୁ ନାଶ 

        ରକତ ଦିଅ ll


ବିଶ୍ୱକୁ ଦେଖାଅ ପରାକ୍ରମତାର 

        ସମର କଳା 

ଏ ଦେଶ ମାତୃକାର ସୁରକ୍ଷା ଲାଗି 

       କରନି ହେଳା ll


ବଇରୀ ପଟର ଗୋଟିଏ ଗୁଳିକୁ 

       ନିରେଖି ନିଅ 

ଚାରୋଟି ଗୁଳିରେ ବଇରୀ ଦେଶକୁ 

       ଜବାବ ଦିଅ ll


ଭୀରୁ ପଣିଆର କାପୁରୁଷତାକୁ 

       କରରେ ଛିନ୍ନ 

ସିଂହ ସମ ଗର୍ଜି ଶତ୍ରୁ ଦେଶ ଗର୍ବ 

       କରରେ ଚୂର୍ଣ୍ଣ ll


ଦେଶ ଦ୍ରୋହ କଥା ଦେଶ ଦ୍ରୋହ କାର୍ଯ୍ୟ 

      କରିଲେ ଭାଇ 

ଦେଶର ସୁରକ୍ଷା ପ୍ରଶ୍ନବାଚୀ ହୋଇ 

       ଯିବରେ ରହି ll


ଦେଶ ଦ୍ରୋହ କଥା କହି କିଏ କେବେ 

      ହୋଇନି ବଡ଼ 

ଏପରି କରି ନିଜ ହାତେ ଭାଙ୍ଗିବ 

      ନିଜର ଗୋଡ଼ ll


ତୁମରି ହାତରେ ଏ ଦେଶ ସୁରକ୍ଷା 

      ସୈନିକ ଭାଇ 

ତୁମେ ବଞ୍ଚାଇବ ଏ ଦେଶ ଜାତିକୁ 

      ଭୁଲିବ ନାହିଁ ll

---------*******----------

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational