STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ଅଖଣ୍ଡ ଭାରତ

ଅଖଣ୍ଡ ଭାରତ

1 min
189



ଭାରତ ମାତାର ଶୁଭେ ଜୟଘୋଷ

ଆକୁମାରୀ ହିମାଳୟ

ତ୍ରୀଶତ ସତୁରୀ ଧାରା ଗଲା ଛିଡି

ପାକିସ୍ତାନ ଲଭେ ଭୟ।

ପାକ୍ ଅଧିକୃତ କାଶ୍ମୀର ଆମର

ଫେରିବ ନିଶ୍ଚୟ ଦିନେ

ଭାରତ ସେନାଙ୍କ ବିକ୍ରମ ଦେଖିବ

ପାକିସ୍ତାନ ଭାଳେ ମନେ ।

ମହାକାଶେ ଯୁଦ୍ଧ କରିବା ସାହସ

ତାଙ୍କ ସେନାଙ୍କର କାହିଁ

ସମ୍ପୂର୍ଣ୍ଣ କାଶ୍ମୀର ଭାରତ ମାତାର

ରହିଥିବ ସିଏ ଚାହିଁ ।

ଦୁଷ୍ଟ ପାଏ ଦଣ୍ଡ ମାଡ ଖାଏ ଭଣ୍ଡ

ଲଭେ ବିପରୀତ ଫଳ

ମୃଗରାଜ ପାଶେ ଛାଗଳ ବିକ୍ରମେ

ବାନ୍ଧି ଆସିବକି ଦଳ ।

ସେ ଦେଶର ଛବି ଜବାନ ବିଲୋପି

ନାଶିବେ ତାହାର ଦମ୍ଭ

ଵିସ୍ଫୋଟ ଶବଦ ଶୁଣିବ ଜଗତ

ଶୁଭେ ଯେହ୍ନେ ଭାଙ୍ଗି କୁମ୍ଭ ।

ଆହେ ଦେଶବାସୀ ଆସ ହସିହସି

ହସ୍ତରେ ତ୍ରିରଙ୍ଗା ଧରି

ଆନନ୍ଦେ ପାଳିବା ଜାତୀୟ ଦିବସ

ପୂଜ୍ଯଙ୍କୁ ସ୍ମରଣ କରି ।


Rate this content
Log in

Similar oriya poem from Inspirational