STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଅଖା

ଅଖା

1 min
197


ହସୁଥିଲା ସଞ୍ଜ

ଫାଜିଲାମୀ ହସରେ

ବଢ଼ୁଥିଲା ରାତି

ଲାଜୁଆ ଆଖିରେ

ତାତିରେ

ସିଜୁଥିଲା ସ୍ବପ୍ନ

ସେକା ହେଉଥିଲା

ହୃଦୟ କାମନା ଓଭନାରେ

ଚୁରମାର ହେଉଥିଲା

ଦେହ,ଦାହ

ଲୋଚାକୋଚା ନିଶୁନ ଜାଗାଟେ 

ଟଣାଟଣୀ ହେଉଥିଲେ

ସିଧା ହେବାକୁ 

ସବୁଦିନ ଶେଷ ହୋଇ ଯାଇଥିଲା

ନଈ ପଠା "ଅଖା' ଭିତରୁ

ବାହାରିବା

ପଚାସଢ଼ା ଜହ୍ନ।


ତାପର ସକାଳ

ମୁହଁ ଲୁଚଉଥିଲା

ନିଉଜ ପେପର ସନ୍ଧିରେ

କୋଳ କିନ୍ତୁ

ଗୁମୁରୁଥିଲା

ପ୍ରସବ ବେଦନା

ଛାତିରୁ କଲିଜା

ପଚି ଯାଇଥିବା ମା ବାପାର

ମଧ୍ୟାହ୍ନ

ଦୌଡୁଥିଲା ପ୍ରମାଣ ପାଇଁ

ନ୍ୟାୟ ପ୍ରସ୍ତୁତ 

କରୁଥିଲା ନକ୍ସା

ପ୍ରକଳ୍ପ

କିଛି ସମୟ

ଅପରାହ୍ଣରେ

ବହିଲା ଷାଠିଏ କିଲୋମିଟର ପବନ

ତାପରେ ସବୁ ଚୁପ୍ ।


ଏବେ ସଞ୍ଜ କି ରାତିର

କିଛି ଫରକ୍ ପଡେନି

ତାତି ତ ଅହରହ 

ଶହେ ଚାରି ଡିଗ୍ରୀ ଉପରେ

ଭିଡ଼ କି ଶୁନଶାନ 

ଆଲିଶାନ ମକାନ

କିବା ଶ୍ମଶାନ

ଅଧା ପେଗ୍

ଅଧା ଜଳା ସିଗାରେଟ

ଓଦା କଅଁଳ କାନ୍ଦ ବର୍ଷାରେ

ଖାଲି ବୋତଲ

ଗଡେ ଦିନ ଦି ପହରେ

"ଅଖା "ଭିତରେ ବନ୍ଧା

ବଣ ଭିତରୁ

ବିଲୁଆ ଟାଣେ

ଆଉ ଗୋଟେ ନା ବାଳିକା

ଗୋଡ଼

ନଈ ପଠାରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy