STORYMIRROR

Niranjan Sahu

Comedy

3  

Niranjan Sahu

Comedy

ଅଖା ଧୋଉଥିବୁ ଗୁଣ ଗାଉଥିବୁ

ଅଖା ଧୋଉଥିବୁ ଗୁଣ ଗାଉଥିବୁ

1 min
188

ଧାନକୁ କଟିଲେ ଚାଉଳ ହେବ

ଚାଉଳ କୁଟିଲେ ଚୁନା

ଅଠର ବରଷ କମ ପିଲାକୁ

ଗାଡି ଚଲେଇବା ମନା


ଏଇ କଥା ମନେ ରଖିଥି ରେ ଧନ

ନିଶ୍ଚୟ ମନେ ରଖିବୁ

ବାଇକିରେ ବସି ଯୁଆଡେ ଯିବୁ

ହେଲମେଟ ପିନ୍ଧୁଥିବୁ,


କାର ରେ ବସି ଯୁଆଡେ ଯିବୁ

ସିଟ ବେଲ୍ଟ ବାନ୍ଧୁଥିବୁ

ଯୁଆଡେ ଯିବୁ ଖୁସିରେ ଖୁସିରେ

ଘରକୁ ନିଶ୍ଚେ ଫେରିବୁ,


ବଞ୍ଚିଥିଲେ ସିନା ମୋ ବାପଧନରେ

ଜୀବନ ମଜା ଜାଣିବୁ

ଖୁସିରେ ଖୁସିରେ ସୁନ୍ଦର ଜୀବନ

ଉପଭୋଗ ତୁ କରିବୁ,


ହାତ ଗୋଡ଼ ଭାଙ୍ଗି ପଡି ରହିଲେ

ଘୃଣା ର ପାତ୍ର ହୋଇବୁ

ମନ ଦେଇପଢି ମୋ କବିତାକୁ

ପାଦେ ପାଦେ ନିଶ୍ଚେ ମାନିବୁ


ନହେଲେ ଦିନ ଆସିବ

ଅଖାଧୋଉଥିବୁ ଗୁଣ ଗାଉଥିବୁ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy