ଅଖା ଧୋଉଥିବୁ ଗୁଣ ଗାଉଥିବୁ
ଅଖା ଧୋଉଥିବୁ ଗୁଣ ଗାଉଥିବୁ
ଧାନକୁ କଟିଲେ ଚାଉଳ ହେବ
ଚାଉଳ କୁଟିଲେ ଚୁନା
ଅଠର ବରଷ କମ ପିଲାକୁ
ଗାଡି ଚଲେଇବା ମନା
ଏଇ କଥା ମନେ ରଖିଥି ରେ ଧନ
ନିଶ୍ଚୟ ମନେ ରଖିବୁ
ବାଇକିରେ ବସି ଯୁଆଡେ ଯିବୁ
ହେଲମେଟ ପିନ୍ଧୁଥିବୁ,
କାର ରେ ବସି ଯୁଆଡେ ଯିବୁ
ସିଟ ବେଲ୍ଟ ବାନ୍ଧୁଥିବୁ
ଯୁଆଡେ ଯିବୁ ଖୁସିରେ ଖୁସିରେ
ଘରକୁ ନିଶ୍ଚେ ଫେରିବୁ,
ବଞ୍ଚିଥିଲେ ସିନା ମୋ ବାପଧନରେ
ଜୀବନ ମଜା ଜାଣିବୁ
ଖୁସିରେ ଖୁସିରେ ସୁନ୍ଦର ଜୀବନ
ଉପଭୋଗ ତୁ କରିବୁ,
ହାତ ଗୋଡ଼ ଭାଙ୍ଗି ପଡି ରହିଲେ
ଘୃଣା ର ପାତ୍ର ହୋଇବୁ
ମନ ଦେଇପଢି ମୋ କବିତାକୁ
ପାଦେ ପାଦେ ନିଶ୍ଚେ ମାନିବୁ
ନହେଲେ ଦିନ ଆସିବ
ଅଖାଧୋଉଥିବୁ ଗୁଣ ଗାଉଥିବୁ,
