STORYMIRROR

Krushna Chandra Dakua

Romance

4  

Krushna Chandra Dakua

Romance

ଅଜ୍ଞାତ ଇଲାକା'ରେ ଘଡ଼ି଼ଏ ରାତି

ଅଜ୍ଞାତ ଇଲାକା'ରେ ଘଡ଼ି଼ଏ ରାତି

1 min
156

ଯଦିଓ ମିଛ ନୁହେଁ 

ତଥାପି କଳ୍ପନାରେ ଭେଟ ହେଲା 

ବହୁତ ଦିନ ପରେ 

ଖୁବ୍ ସନ୍ତ୍ରପଣ ଚାହିଁଲା

ମୁରୁକୀ ହସିଲା ଏବଂ

ମୋତେ ହସାଇଲା 

ମୁଁ ହସିଲି

ଆଉ ଗୋଟି ଗୋଟି କରି 

ହିସାବ ନିକାସ୍ ଆରମ୍ଭ କରିଲି ।


ଆରମ୍ଭରୁ ଈଶ୍ୱରଙ୍କୁ ସାକ୍ଷୀ ରଖି ପ୍ରଶ୍ନ ପଚାରିଲି 

ପ୍ରଥମ ପ୍ରଶ୍ନର ଉତ୍ତରରେ ଉତ୍ତର ଆସିଲା

ଅଜ୍ଞାତ ଇଲାକାରେ ଈଶ୍ୱରୀ ହେବାର ମୋହ !

ମୁଁ ପ୍ରଶ୍ନ ପଚାରିବା'ର 

ଶୈଳୀକୁ ନେଇ ଏବେ ନିରୁପାୟ 

ତଥାପି ପ୍ରଶ୍ନ ଆରମ୍ଭ କରିଲି 

ଇଏ ମୋହ ନା ମାୟା ?

ଇଏ ଆଶା ନା ଆକାଂକ୍ଷା ?

ଇଏ ସ୍ନେହ ନା ଶ୍ରଦ୍ଧା ?

ଇଏ ଉଦାସ ନା ବିଷାଦ ?

ମୋ ପ୍ରଶ୍ନ ବଳୟ ମଧ୍ୟରେ 

ବୁଢି଼ଆଣୀ ଜାଲ ଠାରୁ ବି 

ଜଟିଳତମ ଢ଼ଙ୍ଗରେ ବାନ୍ଧିହେଲା 

ଛଟ୍ ପଟ୍ ହେଲା 

ସେ ଅସହାୟ ହେବା ପୂର୍ବରୁ 

ମୁଁ ମୁଁ'ତ୍ୱରେ ମୁକୁଳେଇ ଦେଲି ।


ମୁକ୍ତିର ପ୍ରାରମ୍ଭରୁ ବେହୋସ୍ ହୋଇ ବସିଲା 

ଓଲଟା ସେ ପ୍ରଶ୍ନ ଆରମ୍ଭ କରିଲା 

ହେ ପ୍ରିୟ ଈଶ୍ୱର 

ମୋତେ ବତାଇଦିଅ

ମୋତେ ବୁଝାଇ ଦିଅ 

ମୁକ୍ତିର ବାଟ 

କାରଣ 

ଆଜି ମୁଁ ଅନେକ ପ୍ରଶ୍ନ ଘେରରେ 

ମୁଁ ଜାଣିବାକୁ ଚାହେଁ 

ତୁମ ସୁନୀଳ ପୃଥିବୀର ଚଳଣି

ଜାଣିବାକୁ ଚାହେଁ 

ତୁମ ସୃଷ୍ଟି ଓ ସୃଷ୍ଟିର କଳ୍ପନା .........!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance