ଅଜ୍ଞାନ ଅନ୍ଧାରେ
ଅଜ୍ଞାନ ଅନ୍ଧାରେ
ଅଜ୍ଞାନ ଅନ୍ଧାରେ ଖୋଜିଲେ ତୋତେରେ
ତୋତେ କିଏ ପାଇ ଥାଏ.
ଜ୍ଞାନ ଚକ୍ଷୁ ଖୋଲି ଖୋଜିଲେ ଭକ୍ତିରେ
ତୋ ଆଶିଷ ମିଳିଥାଏ.
ଜଗାରେ ତୋର ଦୃଷ୍ଟି ପଡିଥାଏ. l0l
ବଡ ନାମ ତୁହି ପାଇଛୁ ଜଗାରେ
ଭକତ ଚି଼ହ୍ନ ହୃଦରେ.
ବଡ ଆଖି ତୋର ହୋଇଛି କାଳିଆ
ନଜର ସାରା ସଂସାରେ.
ଚାରି ଧାମୁ ଶ୍ରେଷ୍ଠ ଧାମେ ତୋର ବାସ
ସାରା ସଂସାରଟା ତୋ ଚରଣେ ଦାସ.
ନାମ ତୋର ବଡ଼ ହୁଏ. l1l
ସଂସାରେ ନାହିଁ ତୋ ଦାଣ୍ଡ ପରାଏ
ନାହିଁ ଷାଠିଏ ପଉଟି.
ଜଗତେ ପ୍ରସିଦ୍ଧ ତୋର ଘୋଷ ଯାତ୍ରା.
ସମକକ୍ଷ ନାହିଁ କେ ଟି.
ହୃଦୟ ବିଶାଳ ବଡ ତୋ ଦେଉଳ
ନୀଳଚକ୍ରେ ବାନା ଉଡେ ଫର ଫର
ପାପିକୁ ପରା ଡ଼କାଏ. l2l
