STORYMIRROR

Kalandi pal

Inspirational

3  

Kalandi pal

Inspirational

ଅଜ୍ଞାନ ଅନ୍ଧାରେ

ଅଜ୍ଞାନ ଅନ୍ଧାରେ

1 min
162


ଅଜ୍ଞାନ ଅନ୍ଧାରେ ଖୋଜିଲେ ତୋତେରେ

     ତୋତେ କିଏ ପାଇ ଥାଏ.

ଜ୍ଞାନ ଚକ୍ଷୁ ଖୋଲି ଖୋଜିଲେ ଭକ୍ତିରେ

     ତୋ ଆଶିଷ ମିଳିଥାଏ.

 ଜଗାରେ ତୋର ଦୃଷ୍ଟି ପଡିଥାଏ. l0l


ବଡ ନାମ ତୁହି ପାଇଛୁ ଜଗାରେ

      ଭକତ ଚି଼ହ୍ନ ହୃଦରେ.

ବଡ ଆଖି ତୋର ହୋଇଛି କାଳିଆ

      ନଜର ସାରା ସଂସାରେ.

ଚାରି ଧାମୁ ଶ୍ରେଷ୍ଠ ଧାମେ ତୋର ବାସ

ସାରା ସଂସାରଟା ତୋ ଚରଣେ ଦାସ.

     ନାମ ତୋର ବଡ଼ ହୁଏ. l1l


ସଂସାରେ ନାହିଁ ତୋ ଦାଣ୍ଡ ପରାଏ

     ନାହିଁ ଷାଠିଏ ପଉଟି.

ଜଗତେ ପ୍ରସିଦ୍ଧ ତୋର ଘୋଷ ଯାତ୍ରା.

    ସମକକ୍ଷ ନାହିଁ କେ ଟି.

ହୃଦୟ ବିଶାଳ ବଡ ତୋ ଦେଉଳ

ନୀଳଚକ୍ରେ ବାନା ଉଡେ ଫର ଫର

     ପାପିକୁ ପରା ଡ଼କାଏ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational