STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଅଜଣା ଚିଠି

ଅଜଣା ଚିଠି

1 min
137


କେଉଁ ଚିଠି ଏହୁ ଅଜଣା ଲାଗୁଛି

ପ୍ରଭୁ ଚିଠି ପରି ଲାଗେ,

ଜନଶୁନ୍ୟ ଭୁଇଁ ନିରବତା ଯହିଁ

ପ୍ରଳୟର ଦୃଶ୍ୟ ଆଗେ।


ସପ୍ତ ସିନ୍ଧୁ ନୀର ଆକାଶେ

ଏକତ୍ର ଅନ୍ଧାର ଦିଶୁଛି ମହି,

ଭୟଙ୍କର ତହିଁ ଘଡ଼ଗଡି ଶବ୍ଦ

ଚମକେ ବିଜୁଳି ରହି।


ପକ୍ଷୀ ରାବ୍ ଶୁଭେ କ୍ରନ୍ଦନର

ପରି ପଶୁ ଧାଏଁ ଏଣେ ତେଣେ,

ବଣ ଜଙ୍ଗଲରେ ହିଂସ୍ର ଜନ୍ତୁ ମାନେ

ଲୁଚିଲେଣୀ ଏଣେ ତେଣେ।


କିପରି ଚିଠି ଏ କିପରି ଟି

ନୀଳା ଦେଖି ନାହିଁ ଜୀବନରେ

ସମୁଦ୍ରର ବେଗେ ଖସୁ ଅଛି ନୀର

ମନ ଆତଙ୍କିତ କରେ।


ବର୍ଷା ସଙ୍ଗେ ସଙ୍ଗେ ପ୍ରଖର

ପବନ କରୁଅଛି ଭୟଭୀତ

ପାପ ଭାର କିବା ପୃଥିବୀରେ ଅତି

ତାହାରି କିବା ସଂକେତ।


ଦୁଇ ଦିନ ହେଲା ନାହିଁ ତା ବିଶ୍ରାମ

ଲାଗି ଅଛି ଏକ ପରି

ବର୍ଷା ନୀରେ ସବୁ ବହି ଚାଲି ଗଲା

ଅଜଣା ଚିଠିକୁ ଧରି।


କାନ୍ଦୁଛି କୃଷକ ଅତି ବିକଳରେ

ଜଗା ଜଗା ରାବ୍ କରି,

ରୋପଣର କାର୍ଯ୍ୟ ଶେଷ କରିଥିଲା

କାହିଁକି କଲୁ ଏପରି।


ଜୀବନେ ଶ୍ରାବଣ କେତେ

ସେ ଦେଖିଛି ନଥିଲା ଅଜଣା ଚିଠି

ଚାଷ କାର୍ଯ୍ୟେ ଥିଲା ଖୁସି ଓ ଆନନ୍ଦେ

ତାଣ୍ଡବ ଦେଖିନି ଏଠି।


ଦୂର କର ନାଥ ଏହୁ ଭୟାବହ

ବିନାଶ ନକର ସବୁ,

ନରହିବ କିଛି ଏହାର ତାଣ୍ଡବେ

ଜଳମଗ୍ନ ହେବ ସବୁ।


କାହିଁ ପାଇଁ ଏହୁ ଚିଠି ପ୍ରଳୟର

ବୁଝି ନପାରିଲେ କେହୁ,

କେଉଁ ଅପରାଧ ମୃତ୍ୟୁ ଲୋକେ ହେଲା

ଜ୍ଞାନୀ ନବୁଝିଲେ କେହୁ।


ସବୁତ ତୁହିରେ କାଳିଆ ବ୍ରହ୍ମାଣ୍ଡେ

ସୃଷ୍ଟିର ନିର୍ମାଣ ତୋର

କର୍ମପଥେ ଥିଲେ ଜୀବ ଜନ୍ତୁ ସବୁ

କିମ୍ପା ଏ ତାଣ୍ଡବ ତୋର?


ଚିଠି ନୁହେଁ ଏହୁ ପ୍ରଳୟଙ୍କରୀ

ଟି କିପରି ବୁଝିବେ ଜୀବେ

ତହରି ଇଙ୍ଗିତେ ଧର୍ମକର୍ମେ ଥିଲେ

କିମ୍ପା କରିଲୁ ଟି ଏବେ?


ଘୁଞ୍ଚି ଯାଉ ଏହୁ ଭୟାବହ ସ୍ଥିତି

କୃପାସିନ୍ଧୁ କୃପା କର

ପ୍ରଳୟଙ୍କରୀ ଟି ନହେଉ ଜଗତ

ଜଗନ୍ନାଥ ଦୟା କର।


ତୁହି ସୃଷ୍ଟି କର୍ତ୍ତା ବ୍ରହ୍ମାଣ୍ଡ ତୋହର

ରୋଦନ କରନ୍ତି ଜୀବେ

ନିବାରଣ କର୍ତ୍ତି ତୁହିରେ କାଳିଆ

ଶୁଭମୟ ହେଉ ଭବେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy