STORYMIRROR

Ashok Kumar Pradhan

Abstract

3  

Ashok Kumar Pradhan

Abstract

ଅଜଣା ଭୟ

ଅଜଣା ଭୟ

1 min
12K

ସାରା ପୃଥିବୀ ଆଜି ହାହାକାର 

କରୋନାର କରାଳ କାୟାରେ 

କବଳିତ ଧରିତ୍ରୀ ଅସହାୟ 

ମୃତ୍ୟୁର ଦୁର୍ବାର ଅଭିସନ୍ଧି 

ଆଉ ଜୀବନ ନିଃସହାୟ ll


ସାମାଜିକ ଦୂରତାର ଆହ୍ଵାନ 

ସଦାଚାର ସୁସ୍ଥ ଜୀବନ ପାଳନ 

ସତର୍କତାର ଅନେକ ପରିଚାଳନା 

କିନ୍ତୁ ଲେଲିହାନ ଶିଖା ଜିହ୍ଵା ଲମ୍ବାଇ 

ଟାଣି ନିଏ ଉଦରକୁ ଅନୁକ୍ଷଣ ll


ସାରା ବିଶ୍ୱ ମୁଖା ବୃତ୍ତ

ଅର୍ଥାତ୍ କାରଣ ଜାଣି ହୁଏନା 

ସଂକ୍ରମଣ ଦିନକୁ ଦିନ ଅପସାରଣ 

ମୃତ୍ୟୁର ବିଭିଷିକା ତାଣ୍ଡବ ଖେଳେ 

ରାସ୍ତାଘାଟ ଶୂନଶାନ ll


ହସ ଖୁସିର ପୃଥିବୀକୁ ଘୋଟିଆସେ 

ଏକ ଦୁଃଖଦ ବିପଦ 

କୁଢ କୁଢ ଶବ ଉପରେ ଚାଲିବାକୁ ହୁଏ 

ଏକ ନୂଆ ପୂତିଗନ୍ଧମୟ ପରିବେଶ 

ବାକଋଦ୍ଧ କରେ ସ୍ପନ୍ଦନ ll


ପ୍ରକୃତିର ବିଭୀଷିକା ବଳେ 

ଅର୍ଥନୀତି ଆଜି ସ୍ଥାଣୁ 

ବିକଶିତ ରାଷ୍ଟ୍ର ସବୁ ଆଜି ଉପାୟଶୂନ୍ୟ 

ପରିବେଶ ସନ୍ତୁଳନ ନ ହେଲେ 

ମହାମାରୀକୁ ନିମନ୍ତ୍ରଣ ll


ଆମେ ପାରିବା ଲଢିବା ଜିତିବା

ନିଶ୍ଚିତ ମୃତ୍ଯୁକୁ ଜୟ କରିବା 

ସଜେଇ ଦେବା ପୁଣି ପୃଥିବୀକୁ 

ଗଜେଇ ଦେବା ନୂତନ ବୀଜକୁ 

ଅଙ୍କୁରିତ ହୋଇ ନାଚି ଉଠିବା ll


ଏ କାଳ ସମୟ ଦୂର ହେବ 

ପୁଣି ନୂତନ ସୂର୍ଯ୍ୟ ଉଦୟ ହେବ 

ପକ୍ଷୀ କାକଳିର ଗୁଞ୍ଜରଣେ 

ଚିକମିକ କାକର ଟୋପା 

ମୁକ୍ତାର ଭ୍ରମ ସୃଷ୍ଟି କରେ 

ଖାଲି ଆବଶ୍ୟକ ଟିକେ ଧୈର୍ଯ୍ୟ 

ସତସାହସ ଓ ସଂଯମ ll


Rate this content
Log in

Similar oriya poem from Abstract