Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Omm Prasad Pradhan

Tragedy

4.7  

Omm Prasad Pradhan

Tragedy

ଐତିହାସିକ କରୋନା ଭୁତାଣୁ

ଐତିହାସିକ କରୋନା ଭୁତାଣୁ

1 min
449


୨୦୨୦ ରେ ଆସିଛି ମହାମାରୀ

ନା'ଟି ତା'ର କରୋନା ବେମାରୀ

ମଣିଷ ତିଆରି ଜୈବିକ ବୋମା

ଶୁଣିବକି ତାର କୀର୍ତ୍ତି କାରନାମା ।


ବୁହାନ ସହରୁ ଆସିଲା ଧାଇଁ

ଚୀନବାସୀଙ୍କର ଜୀବନ ନେଇ

ସାରା ବିଶ୍ୱ ଆଜି ଆଶଙ୍କା ବହି

କରୋନା ଭୁତାଣୁ ଆସୁଛି ଧାଇଁ ।


କରୋନା ମାଡିଛି ସାରା ବିଶ୍ୱରେ

କେହି ପଡିବେନି କାହା ପିଠିରେ

ବାଛି ବାଛି ନେବ ସଂଦିଗ୍ଦ ପ୍ରାଣ

କରୋନା ଅଟଇ ଭାରି ଦାରୁଣ ।


ପ୍ରାଣ ନେଇଯାଏ ଜଣକୁ ଜଣ

ଚାଇନା ହେଉଛି ଏନ୍ତୁଡ଼ି ଶାଳ

କରୋନା ଭୁତାଣୁ ହୋଇଛି କାଳ

ଦେଶବାସୀଙ୍କର ଭାଙ୍ଗୁଛି ବଳ ।


ଶୁଣି ଲୋକେ ହେଉଛନ୍ତି ବିକଳ

ଲୋକେ କହୁଛନ୍ତି ଜମା ଆସନା

ଯଦି ହୋଇଅଛି ଦେହେ କରୋନା

ଦୁରେଇ ରୁହ ହେ ହାତେ ଦୂରରେ

ନହେଲେ ପଡିବ ମୃତ୍ୟୁ ମୁଖରେ ।


କରୋନା ପ୍ରଳୟ ଆସୁଛି ମାଡି

ଗର୍ଜନ କରୁଛି ଘଡି କି ଘଡି

ସଭିଙ୍କୁ ଘାରିଛି କରୋନା ଚିନ୍ତା

ମୃତ୍ୟୁ ମୁଖେ ପଡିଲେଣି ଜନତା

ଦେଶ ସାରା ଏବେ କର୍ଫ୍ୟୁ ଚଢ଼ାଉ

ଭାବିକି କରୋନା ବେଗେ ପଳାଉ ।


ଦୂରତ୍ୱ ରଖିବା ନିଜ ଭିତରେ

ଚଳିବା ସଭିଏଁ ରୀତିନୀତି ରେ

କର ନମସ୍କାର ନକରି କିଛି

କରାମର୍ଦନ ରେ ଭୁତାଣୁ ବ୍ୟାପି

ହାତ ସଫା ରଖ ନିତି ଦିନରେ

କରୋନା ନମାଡୁ ପ୍ରତି ଟି ଘରେ ।


କରି ସଚେତନ ହେବା ନିର୍ଜନ

ସାହାଯ୍ୟ କରିବା ପ୍ରତି ଟି ଜନ

କରୋନା ଭୁତାଣୁ ହେବ ବର୍ଜନ

ଦେଶ ରେ ଉଡୁଛି କରୋନା ବାନା

ଦେଉ ଅଛି ସିଏ କେତେ ଯାତନା ।


ଇଟାଲୀ ,ଜର୍ମାନୀ, ଚାଇନା ପରେ

କରୋନା ଭୁତାଣୁ ମାଡି ଆସେରେ

ନାହିଁ ଔଷଧ କରୋନା ପାଇଁ

ସଚେତନ ବାର୍ତା ଆମରି ପାଇଁ

ସତର୍କ ହୋଇଲେ ବର୍ତ୍ତିବା ଭାଇ ।


ନହେଲେ ଧରା ରେ ଅସ୍ତିତ୍ୱ ନାହିଁ

ସତ ହେଉଅଛି ଶାସ୍ତ୍ର ପୁରାଣ

ଜୀବନ ହେଉଛି ନିତି ହରଣ

ମାଳିକା ବଚନ ସତ କି ହେବ

କରୋନା ପ୍ରଳୟ ଧ୍ୱଂସ ରଚିବ ।



Rate this content
Log in

Similar oriya poem from Tragedy