Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy Inspirational

3  

Prabhati Mahapatra

Tragedy Inspirational

ଐଶ୍ଵର୍ଯ୍ୟ

ଐଶ୍ଵର୍ଯ୍ୟ

1 min
217


ଜୀବନ ଜୀବିକା  ନିତି ଦିନ ସଖା

କିଏ କ୍ଷୁଦ୍ର କିଏ ବଡ଼

ସୌଭାଗ୍ୟବଶତଃ କିଏ ବିତ୍ତ ପାଏ

କିଏ ସହେ ଝଡ ମାଡ଼ ।


ଆଳସ୍ୟତା ପଣ ଅଧୋପତ୍ତନକୁ

କର୍ମୀ ହୁଏ ଉର୍ଦ୍ଧ୍ୱଗାମୀ

ଶିରେ କର ଦେଇ ନୀଚ୍ଚ ମନା ଚିନ୍ତେ

ହୃଦୟେ ଜ୍ୱଳନ ବହ୍ନି ।


ଅନ୍ତରେ ଭିତରେ ଦୟା ରଖି ଯିଏ

କରୁ ଥାଏ ଅଗ୍ରଗତି

ସିନ୍ଧୁ ସୁତା ତାର  କର ନଛାଡନ୍ତି

ସର୍ବଦା ଲଭଇ ଶାନ୍ତି ।


ଈର୍ଷା ପରାୟଣା  ମନୋବଳ ଭାଙ୍ଗେ

ଦରିଦ୍ରତା ହୁଏ ସାଙ୍ଗ

ଭାଗ୍ୟ ଆକାଶରେ  ଅସ୍ତରାଗ ଦିଶେ

କରି ନପାରେ ସେ ଭୋଗ ।


ଈଶ୍ଵର କୃପାରୁ  ପରିଶ୍ରମ ବଳେ

ଉପାର୍ଜନ ଯେଉଁ ଧନ

ତହିଁରେ ନିବେଶ  ଲଭିବ ଉଲ୍ଲାସ

ସଙ୍ଗେ ପୁଣି ସନମାନ ।



Rate this content
Log in

Similar oriya poem from Tragedy