STORYMIRROR

Kishore Nayak

Inspirational

4  

Kishore Nayak

Inspirational

ଐକ୍ୟର ଅତୁଲ୍ୟ ଭାରତ

ଐକ୍ୟର ଅତୁଲ୍ୟ ଭାରତ

1 min
173


ଆମେ ସବୁ    ଭାଇ ଭାଇ 

ଭେଦ ଭାବ    କିଛି ନାହିଁ 

ଏକ ମନେ     ଏକ ପ୍ରାଣେ 

   ଗାଇବା ଏକତାର ମନ୍ତ୍ର 

ଆସ ହିନ୍ଦୁ     ମୁସଲମାନ 

ବୌଦ୍ଧ ଜୈନ    ଖ୍ରୀଷ୍ଟିଆନ 

ଆମେ ସବୁ     ଭାରତୀୟ 

  ମହାନ ଆମ ଗଣତନ୍ତ୍ର l


ଭୁଲି ସବୁ      ହିଂସା ଦ୍ୱେଷ 

ହୀନ ସ୍ୱାର୍ଥ     ଅସନ୍ତୋଷ 

ତ୍ରିରଙ୍ଗାର      ତଳେ ଆମେ 

  ଆସରେ ହେବା ସମବେତ 

ଏ ମାଟିର     ସ୍ୱାଭିମାନ 

କରି ତା'ର     ଜୟଗାନ 

ଏକ ସ୍ଵରେ     ଏକ ତାନେ 

  ଗାଇବା ଜାତୀୟ ସଙ୍ଗୀତ l


ଶାନ୍ତି ମୈତ୍ରୀ    ବାର୍ତ୍ତା ନେଇ 

ଏ ବିଶ୍ୱକୁ      ଦେବା କହି 

ଏଇ ଦେଶ      ମାତୃକାର 

   ଶାନ୍ତିପୂତ ଅମର ଗାଥା 

ଚାହେଁନି ସେ     ରକ୍ତପାତ 

ଆକ୍ରମଣ       ଆତ୍ମସାତ 

ଅନ୍ୟାୟର       ଅଧିକାରେ 

  ଭରିବାକୁ ବର୍ବର ବ୍ୟଥା l


ଅହିଂସାର       ମୂଳମନ୍ତ୍ର 

ଏ ଦେଶର       ଗଣତନ୍ତ୍ର 

ଦେଖାଇଛି       ଏ ବିଶ୍ୱକୁ 

   ଶୌର୍ଯ୍ୟର ନୂତନ ଦିଗନ୍ତ 

ଜାତି-ବର୍ଣ୍ଣ       ନିର୍ବିଶେଷେ 

ପ୍ରଥା-ଧର୍ମେ       ଅଭିନ୍ନ ସେ 

ଏକତାର        ସୂତ୍ରେ ବନ୍ଧା 

  ଐକ୍ୟର ଅତୁଲ୍ୟ ଭାରତ l     


ଆମେ ସବୁ       ଭାଗ୍ୟବାନ 

ଏ ମହୀରେ       ମହୀୟାନ 

ଜନମିଛେ        ତା' କୋଳରେ 

   ପ୍ରକୃତିର ନୈସ୍ଵର୍ଗ କାନନେ 

ଦେଇଅଛି        ବଞ୍ଚିବାର 

ଅସରନ୍ତି         ଉପହାର 

ସେତିକିରେ       ଧନ୍ୟ ଆମେ 

 ଲୋଡ଼ା ନାହିଁ କିଛି ଏ ଜୀବନେ l


ଯିଏ ଦେଲା       ପରିଚୟ 

ବଞ୍ଚିବାର         ନିରାମୟ 

ଯା'ର ଫୁଲ       ଫଳେ ଗଢ଼ା 

   ହୋଇଅଛି ଆମର ଜୀବନ 

ଭୁଲିବାନି        କେବେ ଆମେ 

ସମ୍ପ୍ରଦାୟ        ଧର୍ମ ନାମେ 

ମୂର୍ଖତାରେ       ଅନ୍ଧ ହୋଇ 

   କରିବାକୁ ତା'ର ଜୟଗାନ l



Rate this content
Log in

Similar oriya poem from Inspirational