STORYMIRROR

Sarita Rani Mohanty

Inspirational

4  

Sarita Rani Mohanty

Inspirational

ଐକ୍ୟ ମନ୍ତ୍ର

ଐକ୍ୟ ମନ୍ତ୍ର

1 min
24.4K


କୋଟିଏ ସନ୍ତାନ ଗୋଟିଏ ମାଆର

   ଭିନ୍ନ ଭିନ୍ନ ପରମ୍ପରା

ସଭିଙ୍କ ରକତେ ପ୍ରବାହିତ ସଦା

   ମାଆର ଅମୃତ ଧାରା   ll


ଶାନ୍ତି-ମୈତ୍ରି-ପ୍ରୀତି ଅମୋଘ ମନ୍ତ୍ରେ

   ସଭିଏଁ ହୋଇଛୁ ବନ୍ଧା

ଗୋଟିଏ ମାଳର ଭିନ୍ନ ଭିନ୍ନ ଫୁଲ

   ମଲ୍ଲୀ ମାଳତୀ ସୁଗନ୍ଧା    ll


ପୁଣ୍ୟ ଏହି ଭୂମି ଦିବ୍ୟ ଏହି ମାଟି

   ଏକ ମନ ଏକ ପ୍ରାଣ

ଭାଇଚାରା ପୁଣି ସୃଷ୍ଟିହୋଇଥାଏ

   ସରଳ ବିରଳ ମନ      ll


ଶାନ୍ତି ମୈତ୍ରୀ ପ୍ରେମବାର୍ତ୍ତା ଦେଇଥାଏ 

  ତ୍ରିରଙ୍ଗା ପତାକା ଆମ

ବୈଜୟନ୍ତୀ ଧ୍ୱଜା ଉଡେ଼ ଫରଫର

   ତା ପାଦେ ଶତ ସଲାମ  ll


ଜାତି ଧର୍ମ ବର୍ଣ୍ଣ ଭାଷା ନିର୍ବିଶେଷେ

  ସଭିଏଁ ମାନବ ଜାତି

ଗୋଟିଏ ମାଆର ସନ୍ତାନ ଭାବି

   ଗରବେ ଫୁଲାନ୍ତି ଛାତି     ll


ଅକପଟ ପ୍ରାଣେ କରି ଆଲିଙ୍ଗନ

  କର୍ତ୍ତବ୍ୟରେ ଆଗୁଆର

ପରିଚୟ ଆମ ଭାରତୀ ସନ୍ତାନ

   ସଂକଳ୍ପିତେ ଅନ୍ତରର    ll


ଆଦାନ ପ୍ରଦାନ ଥାଏ ସହଯୋଗ

   ପରସ୍ପର ଥାଏ ପ୍ରୀତି

ଐକ୍ୟ ସମନ୍ୱୟ ଆମେ ଭାରତୀୟ

   ଥାଏ ସ୍ବଦେଶରେ ଭକ୍ତି   ll


ବସୁଧୈବ କୁଟୁମ୍ବକମ୍ ସଂସ୍କୃତି

    ନାହିଁ ଯହିଁ ଭେଦ ଭାବ

ଆଚରଣ ସଦା ଆମ ସଦାଚାର

    ଭୂସ୍ବର୍ଗ ଭାବନା ଥିବ    ll


ପ୍ରଗତିର ପଥେ ଆମ ଏହି ଦେଶ

   ଥିବ ସଦା ଆଗଭର

ସଫଳତା ସିଢି ଚଢି ଚାଲିଥିବୁ

    ଟେକ ରଖିବୁ ଦେଶର   ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational