ଅହଂକାର
ଅହଂକାର
ଅହଂକାରର
ଖୋଳପା ଭିତରେ
ବନ୍ଦୀ ହୋଇ ହୋଇ
ନିଃଶେଷ ହେଇଯିବ
ତୁମ ଜୀବନ ।
ଈର୍ଷାର ପାହାଡ଼
ଚଢି ଚଢି
ଶିଖର ଛୁଇଁବ
ତୁମ ମନ ।
ସନ୍ଦେହର ଘନ
କୁହେଳିକା ଭିତରେ
ହଜିଯିବ ତୁମେ
ଶେଷ ହେଇଯିବ ଅପରାହ୍ନ
ଦେଖୁଥିବ
ଜୀବନର ସାୟାହ୍ନ ।
ଶେଷରେ
ତୁମେ ପାଇବ କ'ଣ ?
ଶୂନ୍ୟ ଶୂନ୍ୟ ମହାଶୂନ୍ୟ
ଶୂନ୍ଯତା ଭିତରେ
ଖୋଜୁଥିବ ତୁମେ ଜୀବନ ।
ଦେଖିପାରିବନି ଆଲୋକିତ ଫର୍ଦ୍ଦ
ଅନ୍ଧକାର ଭିତରେ
ଚିତ୍କାର କରୁଥିବ ତମେ
କେହି ନ ଥିବେ
କିଏ ଶୁଣିବ ତୁମ ଡାକ
ଶୁଣିପାରିବନି
କାହାର ପାଦଶବ୍ଦ ।
