STORYMIRROR

Birakishore Nayak

Inspirational

3  

Birakishore Nayak

Inspirational

ଅହଂକାର

ଅହଂକାର

1 min
190


ସଂସାରେ ମଣିଷ ଶ୍ରେଷ୍ଠ ଜୀବ ଭାବେ

   ହୋଇଛି ପରିଗଣିତ 

ବିଶ୍ୱ ବିଜୟୀ ସେ ସାରା ଦୁନିଆକୁ

   କରିଛି ସେ କରାୟତ |


ସ୍ନେହ ପ୍ରେମ ଭରା ହୃଦୟ ଧରିଛି

   ଦୟା କ୍ଷମା ଗୁଣେ ଶ୍ରେଷ୍ଠ 

ମନ୍ଦ ଗୁଣ ମଧ୍ୟ ଦେହେ ତା ଭରିଛି

   ଯାହା କରେ ତାକୁ ଧ୍ୱଂସ |


ପରଶ୍ରୀକାତର ହିଂସା ଦ୍ୱେଷ ଆଦି

   ଥାଏ ଲୁଚି ତା ମନରେ 

ସବୁଠାରୁ ବଡ଼ ଦୁର୍ଗୁଣ ଅଟଇ

   ଅହଙ୍କାର ଜୀବନରେ |


ମୁଁ'କାର ଭାବନା ଅଙ୍କୁରିତ ହୁଏ

   ନିଜକୁ ଭାବେ ସେ ଶ୍ରେଷ୍ଠ 

ବ୍ୟବହାରେ ତାହା ଅନ୍ୟ ପାଶେ ହୁଏ

   ଅଶାନ୍ତେ ପ୍ରତିଫଳିତ |


ଧନ ମାନ ଅବା ଉଦ୍ଧତ ଯୌବନ

   ଉଚ୍ଚ ପଦବ

ୀର ଗର୍ବ 

ଅହଙ୍କାର ତାକୁ କୁହାଯାଏ ପରା

   ସୃଷ୍ଟି କରେ ଭେଦଭାବ |


ମାନୀ ଦୁର୍ଯ୍ୟୋଧନ ଅହଙ୍କlରେ ନଷ୍ଟ

   ହୋଇଥିଲା କୁରୁ କୁଳ 

ହିଟଲର ପରି କ୍ରୁର ଅହଙ୍କାରୀ

   ରଚିଥିଲା ଧ୍ୱଂସ ଖେଳ |


ଅହଂ ଭାବନା ଯେ ନଷ୍ଟ କରିଥାଏ

  ମାନବିକତାର ଗୁଣ 

ରହିଥାଏ ଲୁଚି ନିଭୃତ ତନ୍ତ୍ରୀରେ

  କଳୁଷିତ କରେ ମନ |


ଈଶ୍ୱର ବିଶ୍ୱାସୀ ହୋଇପାରେ ନାହିଁ

   ନିଜକୁ ଭାବଇ ବଡ଼ 

ଭାବନା ତାହାର ଏକାହିଁ ପାରିବ

   ଅବରୋଧୀ ସବୁ ଝଡ଼ |


 ବିବେକ ଖଟାଇ କରିପାରେ ନାହିଁ

   ଜୀବନର କର୍ମମାନ 

ଘୃଣିତ ଭାବରେ ଅହଙ୍କାର କରେ

   ବଞ୍ଚିବାର ଅବସାନ |



Rate this content
Log in

Similar oriya poem from Inspirational