ଅହଙ୍କାର
ଅହଙ୍କାର
ଗାଡି ଘୋଡା କୋଠା ତଳ ବହୁତଳ
ଗଚ୍ଛିତ ଧନ ଦୈ।ଲତ
ଭୃତ୍ୟ ଅନୁଚର ଖଞ୍ଜା ଦାସଦାସୀ
ମୂଲ୍ୟବାନ ପରିଚ୍ଛଦ ।
ଦେଖାଇବା ପାଇଁ ବାହ୍ୟ ଚାକଚକ୍ୟ
ନୁହଁଇ ପ୍ରକୃତ ସୁଖ
ବୃଥା ଅହଙ୍କାର ମରୀଚିକା ପଥେ
ଧାଉଁଥାଏ ନର ମୂର୍ଖ ।
ଆଜି ହେଉ କାଲି ମରିବ ମଣିଷ
ନେବ ନାହିଁ କିଛି ସାଥେ
ପୋଡି ଜଳି ଦେହ ହୋଇବ ପାଉଁଶ
ପୋତି ହେବ ଦିନେ ଗାତେ ।
ତ୍ୟାଗ ସେବା ଦାନ ପର ଉପକାର
ଜୀବନର ପୁଣ୍ୟ ବ୍ରତ
ଆଚରେ ସୁଜନ ଶାନ୍ତି ଓ ଅହିଂସା
ଧର୍ମ ସତ୍ୟ ଏକନିଷ୍ଠ ।
ସଂସାରେ ନିଜର କର୍ମ ଓ କର୍ତ୍ତବ୍ୟ
କରେ ସିଏ ନିୟମିତ
ସୂଚାରୁ ରୂପରେ ନିଭାଏ ସମ୍ପର୍କ
ନ ହୁଅଇ ଲୋଭଗ୍ରସ୍ତ ।
ବୃଥା ଅଭିମାନ କ୍ଷମତା ବଡିମା
କ୍ରୋଧ ହି°ସା ଭୟଙ୍କର
ଅନିଷ୍ଟ କରଇ ସମାଜ ଜୀବନ
ମହାପାପ ଅହଙ୍କାର ।
-------
