STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଅହଲ୍ୟା

ଅହଲ୍ୟା

1 min
54

          


  ଅହଲ୍ୟା ଏକ ପୁରାଣ ବର୍ଣ୍ଣିତ ଚରିତ୍ର

        ପତିବ୍ରତା ସତୀନାରୀ,

  କିୟଦଂଶ ଦୋଷ ଯୋଗୁଁ ସ୍ଵାମୀ ଦ୍ଵାରା

       ଶାପଗ୍ରସ୍ତ ସେ ସୁନ୍ଦରୀ।(୧)


 ମହାପ୍ରଭୁ ସ୍ଵୟଂ ଜଗତକରତା

      କରିଥିଲେ ଶାପମୁକ୍ତ,

 ସତୀଶିରୋମଣି ଯୁଗେ ଯୁଗେ ପରା

     ଜନମାନସେ ପୂଜିତ।(୨)


 ଆଜିର ସମାଜେ ସତୀନାରୀ ମାନେ

     କାହିଁକି ଅହଲ୍ୟା କୁହ,

 ଆଖି କାନ ଥାଇ ସବୁ ଦେଖୁଥାନ୍ତି

     ବନ୍ଦ ସଭିଙ୍କର ମୁହଁ।(୩)


  ଅସୁରକ୍ଷିତ ଦେହ ମନ ତା'ର

       ବ୍ୟସ୍ତ ବିବ୍ରତ ହୃଦୟ,

  ଘରେ କି ବାହାରେ ସବୁଠାରେ ଥାଏ

     ଲୋଲୁପ ଦୃଷ୍ଟିର ଭୟ।(୪)


 ରକ୍ଷକ ଏଠି ଭକ୍ଷକ ସାଜନ୍ତି ବାଡ଼

      କ୍ଷେତ ଯଦି ଖାଇବ,

 ଜଗତକର୍ତ୍ତା ପରି ସ୍ରଷ୍ଟା ଉଭାହେଲେ

      ଶାପମୁକ୍ତ ନାରୀ ହେବ।

     ଅହଲ୍ୟା ଉଦ୍ଧାର ହେବ।(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational