Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prabodha Chandra Mudra

Inspirational

4  

Prabodha Chandra Mudra

Inspirational

ଅହିଂସା ପରମ ଧର୍ମ

ଅହିଂସା ପରମ ଧର୍ମ

1 min
447


ବିଚତ୍ରମୟ ଏ ଜଗତ ତାର ସୃଷ୍ଟି ବିସ୍ମୟ

ସକଳ ବିଧାନ ତାହାର ପୁଣି ଆଶ୍ଚର୍ଯମୟ |


ସଜୀବ,ନିର୍ଜୀବ ସରବେ ସୃଷ୍ଟି ନୟମେ ବନ୍ଧା

ବିଧି ବ୍ୟବସ୍ଥାକୁ କିଏ ବା ଦେଇପାରିବ ବାଧା |


ସୃଷ୍ଟି ଓ ପ୍ରଳୟ ଜନମ-ମୃତ୍ୟୁ,ଦିବା ଓ ରାତି

ପାପ-ପୁଣ୍ୟ, ହିଂସା-ଅହିଂସା ଆଦି ଅଦ୍ଭୁତ ନୀତି ।


ଶ୍ରେଷ୍ଠ ନୀତି ଅଟେ ‘ଅହିଂସା’ସଂସାରର ଆଦର୍ଶ

ଏହାକୁ କରିଣ ପାଥେୟ ବ୍ୟକ୍ତି ଲଭେ ସୁଯଶ |


‘ଅହିଂସା’ ନୀତିର ମହତ୍ତ୍ବ ସାରା ବିଶ୍ବ ବିଦିତ

ବ୍ୟକ୍ତି ହୋଇ ଅନୁପ୍ରାଣିତ ହୁଏ ମାନବ ଶ୍ରେଷ୍ଠ |


‘ଅହିଂସା’ ସମାନ ସୁଗୁଣ ନାହିଁ ଏ ଅବନୀରେ

ମାନବରୁ ହୁଏ ମହାତ୍ମା ଏହି ଦିବ୍ଯ ଗୁଣରେ |


ଅହିଂସାର ମାର୍ଗ ଦର୍ଶକ ଥିଲେ ପ୍ରଭୁ ଶ୍ରୀରମ

ଜୀବେ ଦୟା ବହି ପ୍ରଜାଙ୍କୁ ପାଳୁଥିଲେ ଉତ୍ତମ |


ହିଂସା ନ କରିବ ପ୍ରାଣୀଙ୍କୁ ଏହା ବେଦ ବଚନ

ଶାସ୍ତ୍ର ଓ ପୁରାଣେ ଏସବୁ ରହିଅଛି ପ୍ରମାଣ |


ସତ୍ୟ-ଦୟା-କ୍ଷମା-ଅହିଂସା ଅଟେ ମାନବ ଧର୍ମ

ମନୁଷ୍ୟ ଜୀବନ ସଫଳ ହୁଏ କଲେ ସୁକର୍ମ |


ମହାତ୍ମା ଗୌତମ ଥିଲେ ତ କରୁଣାର ସାଗର

ଅହିଂସା ପରମ ଧର୍ମକୁ କରୁଥିଲେ ଆଦର |


ସତ୍ୟାଗ୍ରହ କଲେ ବାପୁଜୀ ଅହିଂସାର ନୀତିରେ

ଦେଶକୁ ସ୍ବାଧୀନ କରିଲେ ଦୃଢ ପ୍ରତିଜ୍ଞା ବଳେ |


ସଂସାରର ମହାମାନବ ହୋଇ ଅହିଂସା ବ୍ରତୀ

ସୁମହତ କାର୍ଯ୍ୟ କରିଣ ସର୍ବେ ହେଲେ ସୁଖ୍ୟାତି |


ପ୍ରତିହିଂସା କରି ଅଧର୍ମେ ବଢାନ୍ତି ଉଗ୍ରବାଦ 

ଧର୍ମଯୁଦ୍ଧ ନାମେ କରନ୍ତି ବିଶ୍ବେ ବୃଥା ବିଭେଦ |


ମାନବରୁ ସୃଷ୍ଟି ଦାନବ ହିଂସା ଆଚରଣରେ

ଅହିଂସାରୁ ଶାନ୍ତି ପ୍ରତିଷ୍ଠା ହୁଏ ସାରା ବିଶ୍ବରେ |


ଯେଉଁଠାରେ ନାହିଁ ଅହିଂସା ସେଠି ମୈତ୍ରୀ ଅଭାବ

ହିଂସାରୁ ବଢଇ ଶତ୍ରୁତା ନ ଜନ୍ମେ ସଦଭବ |


ଆତଙ୍କବାଦ ଓ ନକ୍ସଲବାଦ ହିଂସାରୁ ସୃଷ୍ଟି

ବିଶ୍ବରେ ଖେଳାଏ ଆତଙ୍କ ନାହିଁ ମନରେ ଶାନ୍ତି |


ହିଂସା ଅପସରି ଅହିଂସା ଭାବ ହେଉ ପ୍ରତିଷ୍ଠା

ମାନବ ମନରେ ନରହୁ କେବେ କୁତ୍ସିତ ଚିନ୍ତା |


ହିଂସା ଭାବ ହେଉ ବିଲୀନ ଏହ ଧରାଧାମରୁ

ଅହିଂସାର ହେଉ ବିଜୟ ଏହି କାମନା କରୁ |


         


Rate this content
Log in