STORYMIRROR

Bidulata Sahoo

Inspirational Others

4  

Bidulata Sahoo

Inspirational Others

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
149


ଅଗଷ୍ଟପନ୍ଦର ଅଗଷ୍ଟପନ୍ଦର

           ପ୍ରତିବର୍ଷ ତୁମେ ଆସୁଅଛ,

କେତେ ମିଠାମିଠା ପ୍ରତିଶୃତି ଦେଇ

              ପ୍ରତିବର୍ଷ ଫେରିଯାଉଅଛ ।

ସତଚାଳିଶିରେ ଆସିଲ ଯେଦିନ

               କେତେ ଖୁସିଦେଇଥିଲ ଆଣି,

ଆଜି ସେହିକଥା ମନେପକାଇଲେ

               ନୟନକୁ ଆପେ ଆସେ ପାଣି ।

ସେବାପାଇଁ ସେବେ ନେତା ହେଉଥିଲେ

               ନେବାପାଇଁ ନୁହେଁ ନେବାପାଇଁ,

ବଦଳି ଯାଇଛି ଆଜି ସେହି କଥା

               ସେ କଥାର ଆଜି ମୂଲ୍ୟନାହିଁ ।

କେତେ ସ୍ୱପ୍ନ ଦେଖି ଏ ଦେଶ ସହୀଦ

               ଦେଇ ଯାଇଥିଲେ ଆତ୍ମବଳି,

ଜୟୀରାଜଗୁରୁ,ବାଜିଆ,ଭଗତ

              ପାରିବକି କିଏ ତାଙ୍କୁ କଳି ।

ଅଛି ସେହିଦେଶ, ଅଛିସେହି ମାଟି

               ବଦଳି ଯାଇଛି ଆଗକଥା,

ସେ ସମୟ କଥା ମନେ ପକାଇଲେ

               ଘୁରିଯାଏ ଆଜି ଆପେ ମଥା ।

ପାଠରେ ଆଗୁଆ ହୋଇଛି ମଣିଷ

               ମଣିଷ ପଣିଆ ପାଶୋରିଛି,

ବାପା,ମାଆଙ୍କର ମମତାକୁ ଭୁଲି

                ଜରାନିବାସରେ ରଖାଉଛି ।

ତଳଠୁ ଉପର ସବୁଠି ଦୁର୍ନୀତି

            ମଣିଷ ହୋଇଛି ସ୍ୱାର୍ଥପର,

ସ୍ୱାର୍ଥପାଇଁ ଆଜି ସବୁକିଛି ଭୁଲି

              ସେବାକୁ କରିଛି ସାତପର ।

ଝିଅଟିଏ ଦେଖି ସାହାଯ୍ୟ ତ ଛାଡ

           କୁବାସନା ମନେ ଆଣୁଅଛି,

ବିଶ୍ୱାସରେ ଆଜି ବିଷଦେଇ ବନ୍ଧୁ

           ଅଧାବାଟେ ଛାଡି ଯାଉଅଛି ।

ସବୁକାମ ପାଇଁ ଲାଞ୍ଚ ଆଜି ଲୋଡା

             ଦୁର୍ନୀତିକୁ କାର ଭୟ ନାହିଁ,

ଦେଶକଥା ଆଜି ଭାବିବା ପାଇଁକି

            ସମୟ କାହାର ପାଶେ ନାହିଁ ।

ଜନତା ଖୋଜନ୍ତି ଯୋଯନା ଏଠାରେ

             ନେତାଙ୍କର ଖାଲି ଭୋଟ ଚିନ୍ତା,

ଦେଶଚିନ୍ତା ନାହିଁ କାହାରି ମୁଣ୍ଡରେ

              ଏଇ କଣ ଆମ ସ୍ୱାଧୀନତା ?

ମଣିଷ ହୋଇଛି ନବ୍ୟ ସଭ୍ୟ ହେଲେ

              ମଣିଷ ପଣିଆ ପାଶୋରିଛି,

ଅଗଷ୍ଟ ପନ୍ଦର ଏତିକି ମାଗୁଣୀ

              ମଣିଷ ପଣିଆ ଦିଅକିଛି ।


Rate this content
Log in

Similar oriya poem from Inspirational