STORYMIRROR

Subham Sahu

Inspirational

3  

Subham Sahu

Inspirational

ଅଗ୍ର ପୂଜନୀୟ ବାପା

ଅଗ୍ର ପୂଜନୀୟ ବାପା

1 min
363

ମାଡ଼ ମାରି ଯିଏ    ଆକଟ କରନ୍ତି

     ପଛରେ ଡାକନ୍ତି ଧନ,

ମୁଣ୍ଡକୁ ଆଉଁସି     କୋଳରେ ବସେଇ

     ଦିଅନ୍ତି ଅନେକ ଜ୍ଞାନ ।


ସମାଜ କଲ୍ୟାଣ   ପାଇଁ ସଦା ଯିଏ

      ଆମକୁ ଶିଖାନ୍ତି ଏଠି,

ଆମ ପାଇଁ ମୁଠେ   ଦାନା ସଞ୍ଚିବାକୁ

      ଦାଦନ ଖଟନ୍ତି ସେଠି ।


ତାଙ୍କ ସମକକ୍ଷ   କେହିନୁହେଁ ଏଠି

      ସୃଷ୍ଟିରୁ ହୋଇଛି ମପା

ସେହି ବ୍ୟକ୍ତି ଆମ   ଚଳନ୍ତି ଦେବତା

      ଆମ ପୂଜନୀୟ ବାପା ।


Rate this content
Log in

Similar oriya poem from Inspirational