STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଅଗାଡ଼ି

ଅଗାଡ଼ି

1 min
214


ଦାୟିତ୍ଵକୁ ବୁଝେ ଉପଯୁକ୍ତ ଲୋକ କରୁପଛେ ଯେଉଁ ବୃତ୍ତି,

ପୂରଣ ହୋଇଲେ ମାନ-ଲକ୍ଷ୍ୟ ତା'ର ମିଳେ ତାକୁ ଆତ୍ମତୃପ୍ତି ।


ପ୍ରଶଂସା ସମ୍ମାନ ଲୋଡ଼ାନାହିଁ ତାକୁ ଲୋଡ଼ାନାହିଁ ପୁରସ୍କାର,

ସଫଳତା ପାଇ ଅହଂକାରକୁ ସେ କରିଥାଏ ବହିଷ୍କାର ।


ସାହିତ୍ୟ ସାଧକ କଳାର ପୂଜାରୀ ସଂସ୍କୃତିର ସଂରକ୍ଷକ,

ନିଷ୍ଠା ଶ୍ରମ ତ୍ୟାଗ ପ୍ରେମବଳେ ସିଏ ବଢ଼ାନ୍ତି ଜାତିର ଟେକ ।


ଧାନରେ ଅଗାଡ଼ି ଚାଉଳରେ ଗୋଡ଼ି ଲୁଚିଛପି ମିଶିଥାଏ,

ପାଛୁଡ଼ିବା ବେଳେ ଅଗାଡ଼ି ଯେତେକ ଧାନର ଆଗକୁ ଯାଏ ।


ଚାଉଳର ଗୋଡ଼ି ବଡ଼ କଉଶଳେ ତଳେଯାଇ ଲୁଚିରହେ, 

ଅସଲ ବେଳକୁ ଦାନ୍ତ ଭାଙ୍ଗିଦେଇ ମୁଁ ବଡ଼ ବୋଲି କହେ ।


ସାଧକ ଦଳରେ ମିଶି ରହିଥା'ନ୍ତି କିଛି ଠକ-ଟାଉଟର,

କ୍ଷୀର ସିଝିସିଝି ଥଣ୍ଡା ହେଇଗଲେ ଉଠାଇ ଖାଆନ୍ତି ସର । ।



Rate this content
Log in

Similar oriya poem from Classics