STORYMIRROR

Kalandi pal

Tragedy Inspirational

4  

Kalandi pal

Tragedy Inspirational

ଅଦିନିଆଁ ବର୍ଷା

ଅଦିନିଆଁ ବର୍ଷା

1 min
1.0K


ଷଡ଼ ଋତୁ ମତେ  ଜଳବାୟୁ ମର୍ତ୍ତେ

    ହୁଏ ତ ପରିବର୍ତ୍ତନ

ପରିବେଶ ଶାନ୍ତି ଗ୍ରହଣେ ପକୃତି

    ଷଡ଼ ଋତୁ ତାର ଦାନ!!


ବର୍ଷା କାଳେ ବର୍ଷା  ଗ୍ରୀଷମରେ ଖରା

    ଶୀତେ ଶୀତୁଆ ପବନ

ପକୃତିର ରୂପ  କରି ଅନୁଭବ

    ଖାପ ଖୁଆଏ ଜୀବନ!!


ଷଡ଼ ଋତୁ ମତେ ପକୃତି ଜଗତେ

   ଭିନ୍ନ ଭିନ୍ନ ରୂପେ ସଜ୍ଜା

ପକୃତିର କୋଳେ ଜୀବ ତ ସକଳେ

    ନେଇଥାନ୍ତି ତାର ମଜ୍ଜା!!


ଅଶାନ୍ତ ପକୃତି କେତେ କରେ କ୍ଷତି

    ଅଛି ଯେ କେତେ ଦୃଷ୍ଟାନ୍ତ

ପରିବେଶ ନଷ୍ଟ  କରି ପାଏ କଷ୍ଟ

    ଧନ ପ୍ରାଣ କରେ ଅନ୍ତ!!


ବରଷା କାଳରେ ସ୍ୱଳ୍ପ ବରଷାରେ

    ବେଉଷଣ ହୁଏ କଷ୍ଟ

ଅଦିନିଆଁ ବର୍ଷା  ହାନୀ କରେ ଚଷା

    ଫସଲ ହୁଅଇ ନଷ୍ଟ!!


ବର୍ଷକର ଶ୍ରମ  ହୁଏ ମୂଲ୍ୟ ହିନ

    ନିରାଶା ଭରଇ ମନେ

ଭାଗ୍ୟକୁ ଆଦରି  ପେଟେ ଭୋକ ଧରି

    ଇତସ୍ଥିତ ଖାଦ୍ୟ ବିନେ!!


କଳକାରଖାନା ବଣୁ ବୃକ୍ଷ ହଣା

    ଅଟଇ ମୂଳ କାରଣ

ନିଜ ସ୍ୱାର୍ଥ ପାଇଁ  ମଣିଷ ବୁଝେନି

    ଯେତେ କଲେ ସଚେତନ!!


ବାୟୁ ପ୍ରଦୂଷଣ  ଜଳ ପ୍ରଦୂଷଣ

   ପରିବେଶ ପ୍ରଦୂଷଣ

ଗ୍ରୀଷ୍ମରେ ବରଷା  ବର୍ଷା କାଳେ ଖରା

    ଶୀତ କାଳରେ ଗରମ!!


ଆପଣା ଦୋଷେଟି ପ୍ରାଣୀ ମରେ ଏଠି

    ଉନ୍ନତିର ଦ୍ୱାହି ଦେଇ

ଅଦିନରେ ଦିନ  ହୁଏ ପ୍ରତି ସନ

    ସଂସାରଟି ଉଜୁଡଇ!!


ସୁସ୍ଥ ପରିବେଶ ଲଗା ବୃକ୍ଷ ଦଶ

   ପୁଅ ଭଳି ଯତ୍ନ ନିଅ

ଆଗାମୀ ପିଢ଼ିକୁ  ଧ୍ବଂସର ମୁଖକୁ

   ଯିବାକୁ ଆଉ ନ ଦିଅ!!



Rate this content
Log in

Similar oriya poem from Tragedy