STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅଦିନିଆ ଝଡ଼

ଅଦିନିଆ ଝଡ଼

1 min
146

ସଂସାରେ ବାବୁରେ ଘର କରିଥିଲେ

ଅସମୟେ ଆସେ ଅଦିନେ ଝଡ଼

ମନ ଭାଙ୍ଗିବୁନି କେବେ ହାରିବୁନି

ଧୌର୍ଯ୍ୟକୁ ତୋହର କରିବୁ ବଡ଼


ଯାହାକୁ ଭାବୁଛୁ ତୋ ମନର ମିତ

ଯାହା ପାଇଁ ଦେଖୁ ସୁନା ସପନ

ଅଦିନେ ଅଶୁଭେ ମନ ତୋ ଭାଙ୍ଗିବ

ସ୍ୱାର୍ଥ ପାଇଁ ନେବ ତୋର ଜୀବନ


ନଖାଇ ନପିଇ କେତେ କଷ୍ଟକରି

ପିଲା ଛୁଆକୁ ତୋ ବଡ଼ କରିଲୁ

ଅଦିନେ ଅକାଳେ ପର କଲେ ତୋତେ

ବୃଦ୍ଧାଶ୍ରମେ ଯାଇ ଦିନ କାଟିଲୁ


ବନ୍ଧୁ ବୋଲି କେତେ ଆଦର କରିଲୁ

ବିପଦେ ଆପଦେ ହେଲୁ ସହାୟ

ତୋ ଜୀବନ ଡ଼ଙ୍ଗା ବୁଡ଼ିଲା ବେଳରେ

ବାହାନା କରିଣ ନେଲେ ବିଦାୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract