STORYMIRROR

Sunanda Mohanty

Abstract Romance Inspirational

3  

Sunanda Mohanty

Abstract Romance Inspirational

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
156

ବର୍ଷା ଯେବେ ଆସେ ଅଦିନିଆ 

ଚାଷୀ ହୁଏ ଭାରି ହତାଶିଆ 

ମନ ରଙ୍ଗେ ସିନା ଇନ୍ଦ୍ରଧନୁ ଆସେ 

ଦରିଦ୍ର ଆଖି ଆଗେ ଉଡେ ଜୁଳୁଜୁଳିଆ 

ଅଦିନ ବର୍ଷା କରେ ଲୋକହସା 

ପାଗ ମେଘୁଆ ସନ୍ତ ସନ୍ତିଆ 

ଅଦିନ ଝଡ଼ ଭାଙ୍ଗଇ ପକ୍ଷୀର ନିଡ 

ଘୋଟିଯାଏ ବା ବତାସ, ଆସିଲେ ଅଦିନ ବରଷା 

ଭୋଜିଭାତ ମେଳା ମଉଛବ ଭଲ ଲାଗେନା 

ଆସେ ଯେବେ ଅଦିନ ବରଷା 

କେ ଦେଖେ ନୀଳସ୍ବପ୍ନ ନ ଆସୁ ଆକାଶେ ଜହ୍ନ 

ମନ ଅଛି ଯାର ମତାଣିଆ 

କେ ବା ଯାଏ ଦୂର ଯାତ୍ରା ବାହାରି, ମନେ ଭରି ସ୍ବପ୍ନ ଅସୁମାରୀ 

କି କରିବ ତାର ପାଗ ମେଘୁଆ 

ଢ଼ାଲିଦେଇଛନ୍ତି ଆଶୀର୍ବାଦ ତାର ମୁଣ୍ଡରେ ଥୁଆ 

ଆହେ ଜଗା କାଳିଆ, ସଭିଙ୍କୁ ହୁଅନ୍ତୁ ସାହା 

ଅଦିନ ବାରିଦ, ଅଦିନ ଜଳଦ, ଅଦିନ ବରଷା 

ନକରୁ ହତାସ, ନ ଆଣୁ ବତାସ, ନହେଉ କାତର ରାଇଜ ଚଷା ଗୀତ ଗାଏ ଗୀତିକାର ରହିଯା ବରଷା 

ଯିବି ପ୍ରିୟା ଘରେ, ନହୋଇ ଲୋକହସା 

ପ୍ରିୟା ମୋର ଜମା ବୁଝିବନି ମନ ପିପାସା 

ଅଶେଷ ତୃଷା, ବରଷିବୁ ବରଷା 

ଏମିତି ଯେମିତି ରହିଯିବି ମୋ ପ୍ରିୟା ପାଶେ ବଢ଼ାଇ ଆଶା 

କବି ଓ ଲେଖକ ସଜାଡି ଲେଖନୀ ଲେଖନ୍ତି ସୃଜନୀ 

ଭରି ପିପାସା, ନାହିଁ ହତାସା, ଫୁଟାଇ ଜଲସା 

ସବୁ କାମ ଛାଡି ଗୋରୁ କରେ ରଡି, ମୟୁର ନାଚଇ ଆସିଲେ ବର୍ଷା 

ଅଦିନ ବୁଝେନା ମୟୂରୀ ମେଣ୍ଟାଏ ତୃଷା ।


Rate this content
Log in

Similar oriya poem from Abstract