STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
386

ମୁଁ ଦେଖିଛି ଜଙ୍ଗଲରେ ପତ୍ର ଝଡା ପରର କାହାଣୀ ଅନେକ

ବସନ୍ତ ବି ବହୁ ବାର ଛନ ଛନ ହୋଇ ପୁଣି ବଢ଼ାଇଛି ଭେକ

ଝଡ଼ ତୋଫାନ ବର୍ଷାର ଖେଳ ତାମସା ଏଠି ନିତି ଦିନିଆ

ଦୁବ ଘାସ ପରି ଝାଉଁଳିଲା ପରେ କାଲି ପୁଣି ହୁଏ ଅଣ୍ଟା ମୋ ସଳଖ।


ଅଦିନିଆ ବର୍ଷା ଏଠି ଝରିଯାଏ ଅଚାନକ ନ ଦେଇ ସମ୍ବାଦ

ଭାଗ୍ୟ ଖେଳେ ଲୁଡୁ ପାଲି ଦାନ ପଡ଼ି ଗଲା ପରେ ପଡଇ ପ୍ରମାଦ

ସେ ବର୍ଷାରେ ଧୋଇ ଯାଏ ଖଳାରେ ମୋ ଅଧା ଶୁଖା ଧାନକେଣ୍ଡା ଯେତେ

ଏମିତି ବି ଶେଷ ହୁଏ ସଞ୍ଚିତ ସମ୍ପତି ହରି ନେଇ ଜୀବନ ପ୍ରମୋଦ। 


ସମୟ ସାରଣୀ ଦେଇ ଋତୁ ଆସେ ପ୍ରକୃତିକୁ କରି ସୁଶୋଭିତ

ବିଭିନ୍ନତା ଭରିଯାଏ ଜୀବନରେ ଋତୁର ଏ ନିରନ୍ତର ଆତ ଯାତ

କେଉଁଠି ଏ ଅଦିନିଆ ମେଘ ଥାଏ ଲୁଚି କେଉଁ ଆକାଶ ଆଶ୍ରୟେ

ବର୍ଷି ଯାଇ ଧୋଇ ନିଏ ସାଇତା ଖୁସିର ଯେତେ ପ୍ରତ୍ୟକ୍ଷ ସଙ୍କେତ। 


ଭାଙ୍ଗି ଗଲା ପରେ ବି ସଜାଡ଼ିବାର କଳା ମୋତେ ଭଲ ଭାବେ ଜଣା

ହଜିବା ସମ୍ପତି ପୁଣି ସାଉଁଟିବାର ଉପାୟ ମୋତେ ନଥାଏ ଅଚିହ୍ନା

ଜୀବନ ଏମିତି ଏକ ଭିନ୍ନ ଭିନ୍ନ ଋତୁଚକ୍ରର ପ୍ରାୟୋଜିତ ମହା ସମାହାର

ବାଧା ଯେତେ ଆସୁ ପଛେ ପ୍ରସ୍ତୁତ ଏ ବାହୁ ଦ୍ବୟ ବିପଦକୁ କରିବାକୁ ବଣା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract