STORYMIRROR

samhita jena

Romance

4  

samhita jena

Romance

ଅଦିନେ ବସନ୍ତ ବହେ

ଅଦିନେ ବସନ୍ତ ବହେ

1 min
396

ବୟସର ଅନ୍ତରାଳେ

     ପ୍ରେମ ଛୁଏଁ ହୃଦୟକୁ

ମନ ଖୋଜେ ସାଥିଟିଏ

      ମନ କଥା କହିବାକୁ।


ମିଳନର ଆଶା ଜାଗେ

      ଖୋଜେ ସିଏ ମଧୁବନ

ପ୍ରକୃତିର ସବୁଜିମା

       କେବେ ଗହନ କାନନ।


କେବେ ନଈ ପଠାଧାରେ

      ଗୋଧୂଳି ଲଗ୍ନରେ ବସି

ଅରୁଣିମା ଅସ୍ତରାଗ

        ମନେ ଆଣି ଦିଏ ଖୁସି।


ଭଲ ଲାଗେ ଜହ୍ନ ରାତି

        ସାଥି କଥା ଭାବିବାକୁ

ସାଗର ବେଳାରେ ମିଶି

         ପାଦ ଥାପି ଚାଲିବାକୁ।


ଲାଜୁଆ ଆଖିର ନିଦ

          ସାଥି ତ ଚୋରେଇ ନିଏ

ଗୋଲାପୀ ଅଧରେ ହସ

            ଅନ୍ଧାରରେ ଭରିଯାଏ।


ମଳୟର କୁହୁତାନ

         ବସନ୍ତର ଆଗମନ

ହୋଲିର ସେ ଗାଢ଼ ରଙ୍ଗ

         ମନ ଉତ୍ତାଳ ତରଙ୍ଗ।


ପ୍ରେମ ରଙ୍ଗ ଲାଗିଗଲେ

         ଅଦିନେ ବସନ୍ତ ବହେ

ବଉଳର ମିଠା ବାସ୍ନା

           କୋଇଲି ବି ଗୀତ ଗାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance