STORYMIRROR

Prashanta Padhan

Romance

3  

Prashanta Padhan

Romance

ଅଦିନ ମେଘ

ଅଦିନ ମେଘ

1 min
256

ଭାରିଦୁଷ୍ଟ ଏଇ ଅଦିନ ମେଘଟା

କରିଦିଏ ବାଟବଣା

ଯୌବନ ସାଗରେ ଜୁଆର ପରିକା

ଲଙ୍ଘିଯାଏ ସବୁସୀମା ।।

ମନେପଡେ ଆଜି ପବନର ସାଥେ

ଆସିଥିଲା ଏଇ ମେଘ

ଓଢଣୀକୁ ତୁମ ଉଡେଇ ନେଇ ସେ

ବଦଳେଇଥିଲା ଦିଗ ।।

ରାଗମିଶା ଲାଜ ମୁହଁରେ ତୁମର

ହୋଇଥିଲା ପ୍ରସ୍ଫୁଟିତ

ଢାଙ୍କିଦେଲି ଯେବେ ଓଦା ଦେହ ତୁମ

ହେଲ ତୁମେ ଶିହରିତ ।।

ଥମୁ ନ ଥିଲା ତ ବର୍ଷାର ତାଣ୍ଡବ

ନଖ ଖୁଣ୍ଟୁଥିଲ ତୁମେ

ନିର୍ଜନ ପଥରେ ପାନ୍ଥଶାଳା ଦେଖି

ଲୁଚି ଯାଇଥିଲେ ଆମେ ।।

ବିଜୁଳି ଚମକେ ଭୟଭୀତ ହୋଇ

କଲ ଯେବେ ଆଲିଙ୍ଗନ

ବିଜୁଳି ଖେଳିଲା ଦେହସାରା ମୋର

ସଂସ୍ପର୍ଶରେ ପ୍ରିୟା ତୁମ ।।

ଅନୁମତି ବିନା ଛୁଇଁଦେଲି ଯେବେ

ଦୂରେ ଗଲ ତୁମେ ଚାଲି

ଖେଳୁଥିଲା ତୁମ ଅଧରରେ ହସ

ଚାହୁଁଥିଲ ବୁଲି ବୁଲି  ।।

ବୁଝିପାରିଲିନି ଇସାରାକୁ ତୁମ

ଅଧାରେ ରହିଲା ପ୍ରେମ

ଫେରି ଯାଇଥିଲା ଅଦିନ ମେଘଟା

ଭିଜେଇ ଦେଇ ଏ ମନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance