Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଅଧୁରା କାହାଣୀ

ଅଧୁରା କାହାଣୀ

1 min
547



ଇଚ୍ଛା ପୂର୍ଣ୍ଣ କେବେ ନହୁଏ ଜୀବନେ

ଅପୂର୍ଣ୍ଣ ରହିଛି କାର୍ଯ୍ୟ,

ଅଧୁରା କାହାଣୀ ରହିଲା ଜୀବନେ

କରୁଅଛି ଟି ଅଧର୍ଯ୍ୟ ।୧।


ବୟସ ବିତୁଛି ପ୍ରଭୁ ପଦେ ଧ୍ୟାନ

ନାହିଁ ଶରୀରରେ ବଳ,

ଅଧୁରା କାହାଣୀ ଗୁଞ୍ଜୁ ଅଛି ଅଙ୍ଗେ

କରୁଛୁ ସେ କୋଳାହଳ।୨।


ସୁନ୍ଦର କୋଠାଟି ନିର୍ମାଣ ନିମନ୍ତେ

ମନରେ ଇଚ୍ଛା ଟି ଥିଲା,

ଏବେ ଯାଏ ସେହୁ ପୂରଣ ନ ହେଲା

ଅଧୁରା କାହାଣୀ ହେଲା।୩।


ଚାଳଘର ଅଛି ଅସୁବିଧା ନାହିଁ

ପୂର୍ଣ୍ଣ ସବୁ ଆବଶ୍ୟକ,

କୋଠାର ନିର୍ମାଣ ମନର ଇଚ୍ଛାଟି

ନହେଲାଟି ସେ ସାର୍ଥକ।୪।


ପ୍ରଭୁଙ୍କ ଦୟାରୁ ପୂର୍ଣ୍ଣ ଅଛି ସବୁ

ଦରକାର କିଛି ନାହିଁ,

ସତ୍ୟ ନ୍ୟାୟ ପଥେ ବାଟ ରଖି ଅଛି

ଅଧର୍ମର ବାଟ ନାହିଁ।୫।


ପ୍ରଭୁ ଭକ୍ତି ମୋର ଦିନଚର୍ଯ୍ୟା ଅଟେ

ଚକାନୟନ ଚରଣେ,

ରାଷ୍ଟ୍ର ଭକ୍ତି ମୋର ଗୁଞ୍ଜୁଛି ବଦନେ

ଜନତାଙ୍କର କଲ୍ୟାଣେ।୬।


ଦେଇଛନ୍ତି ପ୍ରଭୁ କପାଳରେ ଯାହା

ଅଭିଯୋଗ ନାହିଁ ମୋର,

ମନବାଞ୍ଛା ସବୁ ପୂରଣଟି କଲେ

ନାହିଁ ଟି କାରଣ ତାର।୭।


ଅନ୍ୟେ ଦେଖି ମୋର ମନେ ଜାଗି ଥିଲା

କୋଠାଘରଟି କରିବି,

ସବୁ ହିଁ ସୁବିଧା ତହିଁରେ ରହିବ

ସୁନ୍ଦର କୋଠା ତୋଳିବି।୮।


ଚିନ୍ତିତ କରୁଛି କଳ୍ପନାର କୋଠା

ଅଧୁରା ରହିଛି ଏବେ,

ଅଧୁରା କାହାଣୀ ମନ ଉଦବେଗ

ଦେଖିବି କି ମୁହିଁ କେବେ।୯।


ଇଚ୍ଛା ପୂର୍ଣ୍ଣ କେବେ ନହୁଏ ଜୀବନେ

ଅପୂର୍ଣ୍ଣ ରହିଛି କାର୍ଯ୍ୟ,

ଅଧୁରା କାହାଣୀ ରହିଲା ଜୀବନେ

କରୁଅଛି ଟି ଅଧର୍ଯ୍ୟ।୧୦।



Rate this content
Log in

Similar oriya poem from Abstract