STORYMIRROR

Sukanti Hotta

Abstract

2  

Sukanti Hotta

Abstract

ଅଧୁରା ଜୀବନ

ଅଧୁରା ଜୀବନ

1 min
217

ଅଧୁରା ଜୀବନକୁ ଖୁବ ସୁନ୍ଦର ଭାବେ ସଜାଡି

ପ୍ରେମର ଘରକୁ ଝଡଝଂଜାରୁ ରକ୍ଷା କରି

ମନର ଭାବନା ଆଶାକୁ ମନରେ ରଖି

ସାରା ପରିବାରର ଦାୟିତ୍ୱ ସମ୍ଭାଳି

ଅନ୍ତରର ବେଦନାକୁ ହୃଦୟରେ ଧରି

ଅପେକ୍ଷା କରିଥାଏ

କିଛି କହିଦେଇ ଲାଘବ କରିବ


କହିବ କାହାକୁ

ଶୁଣିବ କିଏ


ଜନ୍ମଦାତ୍ରୀ ମାଆକୁ ନା

କ୍ଷଣ କୋପି ବାପାକୁ

ହାତ ଧରିଥିବା ସ୍ୱାମୀକୁ ନା

ରେଶମ ଡୋରିରେବାନ୍ଧିହୋଇଥିବା ଭାଇକୁ

ମାଆର ସ୍ଥାନ ନେଇଥିବା ଭଉଣୀକୁ ନା

ଜୀବନର ବନ୍ଧୁକୁ


କହି ବି କି ଲାଭ ପାଇବ


ଇଟା ପଥରର ଘରକୁ ସ୍ୱର୍ଗ କରିବାକୁ

ତାକୁ ହିଁ ବଳିଦାନ ଦେବାକୁ ହେବ

ଇଟା ପଥର ସହ କଥା ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract