STORYMIRROR

Sunanda Mohanty

Classics

4  

Sunanda Mohanty

Classics

ଅଧରାମୃତ

ଅଧରାମୃତ

1 min
335


ବଚନ ଯଦିତୁ କହିପାରୁଥାଆନ୍ତୁ

ଆଖିରେ କାହିଁକି କହନ୍ତୁ କଥା

ଭୋଜନ ଯଦିତୁ ଦେଇପାରିନଥାନ୍ତୁ

ଷାଠିଏ ପଉଟି କାହିଁକି ରନ୍ଧା

ହାତ ନାହିଁ ବୋଲି କେମିତି କହିବି

ଟେକି ଚାଲେ ମଣିଷ ମଥା

ପାଦ ନାହିଁ ବୋଲି କେମିତି କହିବି

ତ୍ରିପାଦ ମେଦିନୀ ଦେଇଛୁ ସଖା

ଦେହ ନାହିଁ ବୋଲି କେମିତି କହିବି

ପହଣ୍ଡି ଦେଖନ୍ତି ପିତାମାତା

ଅଧରପଣାରେ ତୁଳସୀ ଟିକିଏ ରହି

ଦେଉଛି ଅମୃତ ବାର୍ତ୍ତା

ଅଧରପଣା ପିଇକି ବଞ୍ଚିଛି ଜଗତ

ପ୍ରଭୁ ତୁମେ ଜଗତପିତା

କି ବର୍ଣ୍ଣିବି ଛାର ମୁଁ ମାତର ଡର ଭୟ

ଛାଡେ ପିଇ ଅଧରାମୃତ ଏକକିତା

ତୁମ ବଡ଼ପଣ ବଡଦାଣ୍ଡେ ଦେଖାଇ ପ୍ରଭୁ

ମନେ ଭରିଦିଅ ପବିତ୍ରତା

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରଂବ୍ରହ୍ମ

ତୁମେ ସୃଷ୍ଟିର କର୍ତ୍ତା

ତୁମ ଅଧରର ଅମୃତମଣୋହି ଅଧରପଣାରେ

ଜଳେ ଜୀବନ ସଳିତା

ଶଙ୍ଖ ଚକ୍ର ଗଦା ପଦ୍ମ ସାଥେ ଜଗନ୍ନାଥ

ରଥ ପଥ ତୁମ ଚଳନ୍ତି ଗୀତା


Rate this content
Log in

Similar oriya poem from Classics