Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

3.8  

Anirudha Kund

Classics

ଅଧର ପଣା

ଅଧର ପଣା

1 min
281



କୁରାଳର ଭାଟି ଜାଳି ଜାଳି ମାଟି

   ବନେ ଅଧର ତୁମ୍ବଟି

ତିନି ତିନି କରି ରଖି ତିନି ରଥେ

   ଏହି ତୁମ୍ବ ନଅ ଗୋଟି ॥


ଛାଉଣି କୂପରୁ ଭରେ ପାଣି ଆଣି

    ସେବକ ପାଣିଆପାଟ

ସୁଆର ସେବକ ପଣା ବନାଇବ

   ଅଦ୍ଭୁତ ଯେ ଏହି ନାଟ ॥


ଅଧର ପଣାକୁ ଆଧାର କରିଣ

   ଚାହାନ୍ତି ଆତ୍ମା ଅଶରୀର 

ପାର୍ଶ୍ବ ଦେବା ଦେବୀ ଯକ୍ଷ ଓ ରାକ୍ଷାସ

   ନର ହେଉ ବା କିନ୍ନର ॥


ପଣା ନୁହେଁ ଏହି  ଅମୃତ ଅଟଇ

   ଅତୃପ୍ତ ଆତ୍ମା ର ପାଇଁ

ଭବ ସାଗର ରୁ  ତାରିବାକୁ ଯାଇ

  ରଚେ ଲୀଳା ଭାବଗ୍ରାହୀ ॥


Rate this content
Log in

Similar oriya poem from Classics