STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଅଧିକାର

ଅଧିକାର

1 min
140

ଉତ୍ତମ ଶିକ୍ଷା ଉତ୍ତମ ସ୍ଵାସ୍ଥ୍ୟ

ଆମ ଅଧିକାର

ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା

ଆମ ଅଧିକାର

ଆଇନ୍ ଆଖିରେ ସଭିଏଁ ସମାନ

ଆମ ଅଧିକାର ।


ଗଣତନ୍ତ୍ରକୁ ସୁରକ୍ଷା ଦେବା

ଆମ ଅଧିକାର

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷେ

ସଭିଏଁ ମଣିଷ

ସଭିଙ୍କ ମଣିଷ ପଣିଆ ର ସମ୍ମାନ ଦେବା

ଆମ ଅଧିକାର ।


ଗାଁକୁ କାମ ମା କୁ ସମ୍ମାନ ଦେବା

ଆମ ସଭିଙ୍କର ଅଧିକାର

ଦୁର୍ନୀତି ଭ୍ରଷ୍ଟାଚାର ଦୂର କରିବା

ଆମ ସଭିଙ୍କର ଅଧିକାର

ନୀତି ନୈତିକତାର ସୁରକ୍ଷା 

ଆମ ସଭିଙ୍କର ଅଧିକାର ।


ସମତା ମମତା ସାମ୍ୟବାଦକୁ

ସମ୍ମାନ ଦେବା

ଆମ ସଭିଙ୍କର ଅଧିକାର

ଆମ ସାର୍ବଭୌମତ୍ଵ 

ଜାତୀୟ ପତାକା

ଜାତିର ସୁରକ୍ଷା

ଆମ ସଭିଙ୍କର ଅଧିକାର ।


ସୁସ୍ଥ ସମାଜ ସୁସ୍ଥ ପରିବେଶ

ସ୍ଵଚ୍ଛ କରିବା ଆମରି ଦେଶ

ରାଜନୀତି ରାଜନେତାଙ୍କୁ

ସ୍ଵଚ୍ଛ କରିବା

ଆମ ସଭିଙ୍କର ଅଧିକାର ।


ବିଶ୍ଵ ମାତୃକାର ସେବା କରିବା

ମାତୃଭୂମି ମାତୃଭାଷାକୁ

ସମୃଦ୍ଧ କରିବା

ମାତୃଜାତି କୁ ସମ୍ମାନ ଦେବା

ନାରୀ ନିର୍ଯ୍ୟାତନା ଦୂର କରିବା

ବଧୂ ନିର୍ଯ୍ୟାତନା ଦୂର କରିବା

ଯୌତୁକ ନିର୍ଯ୍ୟାତନାରୁ

ନାରୀ ଜାତିକୁ ସୁରକ୍ଷା ଦେବା

ଭୃଣ ହତ୍ୟାକୁ ସମାଜୁ

ନିଃଶେଷ କରିବା

ଆମ ସଭିଙ୍କର 

କର୍ତ୍ତବ୍ୟ ଓ ଅଧିକାର

ହେବା ଦରକାର ।


 ଆମ ଅଧିକାର 

 ଆମ କର୍ତ୍ତବ୍ୟ ପ୍ରତି

ଆମେ ସଚେତନ ରହିବା

 ଅଧିକାର ନାମେ

 ସ୍ଵାଧୀନତା ନାମେ

 ଆମ ଗଣତନ୍ତ୍ରକୁ

 ହତ୍ୟା ନ କରିବା

 ମାତୃଭୂମି ପ୍ରତି ଆମ କର୍ତ୍ତବ୍ୟ କୁ

 ଆମେ ଆମ କର୍ତ୍ତବ୍ୟକୁ ଭୁଲି ନଯିବା

 ତେବେ ଆମେ ଆମ

 ଅଧିକାର ସାବ୍ୟସ୍ତ କରିପାରିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract