STORYMIRROR

Debadatta Jena

Romance Tragedy

3  

Debadatta Jena

Romance Tragedy

ଅଧା ସତ..

ଅଧା ସତ..

1 min
279


କିଛି କଥା, ରହିଯାଏ ଖାଲି ଅଧା, 

ନା କହି ହୁଏ, ନା ସହି ହୁଏ, 

ନ କହିଲେ ରହେ ଅଧା..,     

ସେଇ କଥା ରହିଯାଏ, ଅଧା ଅଧା..!


କିଛି ଲେଖା, ରହିଯାଏ ଅଧା ଲେଖା, 

ନା ପଢି ହୁଏ, ନା ବୁଝି ହୁଏ, 

ସବୁ ଲାଗେ ଅଧା ଗଢା, 

ସେଇ ଲେଖା,ଅବୁଝା ସେ ମନ ଗଢ଼ା..!


କିଛି ସ୍ୱପ୍ନ, ରହି ଯାଏ ଅଣ ଦେଖା, 

ନା ଗଢି ହୁଏ, ନା ଯୋଡି ହୁଏ, 

ଅସଜଡ଼ା ଓ ଦର ଗଢ଼ା.., 

ସେଇ ସ୍ୱପ୍ନ,ଅଣଲେଉଟା,ଅମାନିଆ..!


କିଛି ସ୍ମୃତି, ପାଉଁଶ ତଳର ନିଆଁ, 

ନା ମନେ ପଡେ, ନା ଭୁଲି ହୁଏ, 

ଜାଳିଦିଏ ସେ ଦୁନିଆଁ, 

ସେଇ ସ୍ମୃତି,ଜଳି ଜଳି ହୁଏ ନିଆଁ..!


କିଛି ଲୋକ, ରହି ଯାଆନ୍ତି ଅବୁଝା, 

ନା ଭୁଲିପାରନ୍ତି,ନା ଭୁଲିଯାଆନ୍ତି, 

ସମାନ୍ତର ସରଳ ରେଖା, 

ସେଇ ରେଖା, ଟାଣିଦିଏ ସୀମାରେଖା..!


କିଛି ଶବ୍ଦ, ରହି ଯାଆନ୍ତି ଦୁର୍ଭେଦ୍ୟ

ନା ବୋଧ ହୁଏ, ନା ବୋଧଗମ୍ୟ, 

ସୀମା ହୀନ ଜୀବନ ରେଖା, 

ସେଇ ଶବ୍ଦ, ହୃଦୟରେ ଦିଏ ବ୍ୟଥା..!


ନା ଭୁଲି ହୁଏ, ନା ଅଭୁଲା ସେ, 

ନିଃଶବ୍ଦ ଅଲିଭା ଗାଥା, 

କିଛି କଥା,ସରେ ନାହିଁ ରହେ ଅଧା, 

ରହି ଯାଏ ସେ ଅପାସୋରା..!


କହି ଦେଲେ,ଶୁଣି ଦେଲେ,ସରେ କଥା..!!

ନ କହିଲେ ଅଧା ଅଧା..!!!




   


   




 


























ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance