STORYMIRROR

Basanti Pattnaik

Romance Tragedy

3  

Basanti Pattnaik

Romance Tragedy

ଅଧା ଗଢା ଅଭିଷିକ୍ତ ପ୍ରେମ

ଅଧା ଗଢା ଅଭିଷିକ୍ତ ପ୍ରେମ

1 min
178

କଞ୍ଚା ବୟସରେ ପ୍ରେମ କରିଥିଲି

 ତୁମକୁ ମନଟି ଦେଇ ବସିଥିଲି

ରାତି ଦିନ ସବୁ ଭୁଲି ଯାଇଥିଲି

  ତୁମ ଭାବନାରେ ବୁଡି ରହୁଥିଲି ।।


ମନଟା ତ ମୋର ଉଡ଼ି ବୁଲୁଥିଲା

  ସାତ ରଙ୍ଗ ଭଳି ସବୁ ଲାଗୁଥିଲା

ତୁମେ ମୋ ଆଖିର ତାରା ସାଜିଥିଲ

  ଇନ୍ଦ୍ରଧନୁର ଛଟା ମାରିଥିଲ ।।


ପ୍ରେମ ର ମନ୍ଦିର ଗଢ଼ି ତୋଳିଲ

  ସେଥିରେ ମୁଣ୍ଡିଟି ତୁମେ ମାରିଲ

ପ୍ରେମର ରୂପକୁ ସାକାର କଲ

  ସବୁ ଦିନ ପାଇଁ ହାତ ଧରିଲ।।


ବିଧିର ବିଧାନ ଥିଲା ଅଲଗା

  ବିଧାତା ଟାଣିଛି ଏହାର ରେଖା

କାମ ଅଛି କହି ବାହାରି ଗଲ

 ଆଜି ପର୍ଯ୍ୟନ୍ତ ତ ତୁମେ ନ ଫେରିଲ।।


ତୁମର ପଥକୁ ଚାହିଁ ତ ରହିଛି

 ଫେରି ଆସିବ ବିଶ୍ୱାସ ରଖିଛି

ଅଭିଶପ୍ତା ବୋଲି ନିଜକୁ ଭାବୁଛି

  ଲୁହକୁ ପିଇ ବଞ୍ଚି ରହିଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance