ଅଦେଖା ମଣିଷ
ଅଦେଖା ମଣିଷ

1 min

87
ଭିଜା .. ଭିଜା
କାକର..ମନତା'ର
ଜଳ ବୁନ୍ଦାଏ |
ତୃଷ୍ଣା ତାର
ଓଦା ସର..ସର..
ଦେହଟା ତାର ..
ଜଳ ..ବୁଦ..ବୁଦ..
ପ୍ରାୟେ |
ପ୍ରେମଟା ତାର ..
ଦୁନିଆ ଆଖିରେ
ନୁହେଁ ସେ କାହାର |
×××××××××
ଖୋଲା ଆକାଶ
ଛାତ ତଳର ମଣିଷଟିଏ,
ଦୂର ଦିଗବଳୟକୁ
ନିରୀକ୍ଷଣେ..
ହସ ଓ କାନ୍ଦର ସ୍ୱର
ଖୋଜୁଛି..
କଳା ହାଣ୍ଡିଆ ମେଘ ଭିତରେ |
ଅନ୍ଧାର ରାତ୍ରିରେ
'ତାରା' ଗଣୁ..ଗଣୁ..
'ନକ୍ଷତ୍ର' ର ଆଲୋକ ରେ
'ତା' ଆଖିର ଲୁହ
'ଓଠ' ଶୋଷିନିଏ..
'ମନ' ର ତୃଷ୍ଣା |
ଲିଭାଇ ଦେଇ
ସେହି ଲୁହ ଭିତରେ
ନିଜର ..
ଅତି ଆପଣାର
'ସ୍ମୁତି' କୁ
ଗୋଟାଇ ଚାଲିଛି..
ଅଜଣା ..
ଅଶୁଣା ..
"ଅଦେଖା ମଣିଷ" |