STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅଢେ଼ଇ ଦିନ

ଅଢେ଼ଇ ଦିନ

1 min
214

ଅଢେ଼ଇ ଦିନର କଥା,

ଜୀବନ ଜାଣେନା ଆୟୁଷ ହିସାବ

ଦିନେ ଦି ଦିନକୁ ଚିନ୍ତା ।


ଓଳିଏ ବାଳୁତ କାଳ,

ଓଳିଏ ବ୍ୟାଧିରେ ଓଳିଏ ବୃଦ୍ଧରେ

ଓଳିଏ ନିଦର ବେଳ,

ବାକି ଓଳିକରେ ଚାହୁଁ ଚାହୁଁ ସରେ

ସୀମିତ ଜୀବନ କାଳ।


କେବେ ହସ କେବେ ଲୁହ,

ଅତୀତ ଚିନ୍ତାରେ ତିଥି ଯାଏ ସରି

ଭବିଷ୍ୟର ଘାରେ ଭୟ,

ଏଇ ମୁହୂର୍ତ୍ତଟି ଆଶାରେ ସ୍ୱପ୍ନରେ

ଅକାରଣେ ହୁଏ ଦାହ।


ଭୀଷଣ ଭୋକିଲା ସ୍ୱାର୍ଥ,

ଅଣ୍ଟି ଭରୁ ଭରୁ ଗଡ଼ି ଯାଏ ବେଳ

ହଜେ ବଞ୍ଚିବାର ଅର୍ଥ,

ମନ ବୁଦ୍ଧି ଓ ବିବେକର ଦ୍ଵନ୍ଦରେ

ଭାଙ୍ଗେ ନିଜ ଗଢ଼ା ସର୍ତ୍ତ।


ପ୍ରକୃତିରେ ବନ୍ଧା ମନ,

ସୁଖ ଓ ବିଳାସ ଅଭିବୃଦ୍ଧି ପାଇଁ

ବିତି ଯାଏ ଏ ଜୀବନ,

ସ୍ୱପ୍ନ ରାଇଜରେ ବୁଲୁ ବୁଲୁ ଭୁଲେ

ଏ ଜୀବନ ଅଢେ଼ଇ ଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract