STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଅଚିହ୍ନା ମୁହଁ

ଅଚିହ୍ନା ମୁହଁ

1 min
380


ଯେଉଁ ମୁହଁ ମୋର ଅତି ପ୍ରିୟ ଥିଲା

         ଅଚିହ୍ନା ଅଚିହ୍ନା ଲାଗୁଛି କିଆଁ

ଯା ଆଖି ଦର୍ପଣେ ନିଜ ମୁହଁ ଦେଖି

          ହସାଉଥିଲି ମୁଁ ମୋ ଦୁନିଆଁ।


ସେହି ପ୍ରିୟ ମୁହେଁ ଖୁସି ଟିପେ ପାଇଁ

          ନିଇତି ସଜାଉଥିଲି ନିଜକୁ

ଦେହ ମନ ପ୍ରାଣ ରୂପ ଯଉବନ

            ସମର୍ପି ଦେଉଥିଲି ତାହାଙ୍କୁ।


କୁଣ୍ଠିତ ନ ହୋଇ ଭାଗ୍ୟବତୀ ଭାବି

         ଅକାତରେ ଅଜାଡୁଥିଲି ପ୍ରେମ

ଜଣା ନ ଥିଲା ବିଷ କୁମ୍ଭ ପୟୋ ମୁଖ

          ଭାଗ୍ୟଟି ମୋର ହୋଇବ ବାମ!


ପରକ୍ରିୟା ପ୍ରୀତି କରନ୍ତି ସେ ନିତି

           ଜାଣି କି ସହିନ୍ତି କେମିତି କୁହ !

ହାତ ଧରିଥିଲି ହସି ହସି ଚାଲିବାକୁ

       ଆଖିରେ ଦେଲେ ମୋ ଅସରା ଲୁହ।


ଅତି ଚିହ୍ନା ମୁହଁ ଏବେ ଅତି ହିଁ ଅଚିହ୍ନା 

        ଦେଖିଲେ ବାଟ ଭାଙ୍ଗି ଯାଆନ୍ତି

ଏମିତି ବ୍ୟବହାର ଆପଣାର ମଣିଷ

         ଅଚିହ୍ନା ପରିକା କେମିତି କରନ୍ତି !


ସମ୍ପର୍କ ଉପରୁ ଆସ୍ଥା ବିଶ୍ବାସ ଟିକକ

          ତୁଟି ମୋ ଗଲାଣି କହୁଛି ସତ

ଯେଉଁ ଦିନୁ ମୋର ଇହ ପର ମୋତେ

         ଆଡ଼ ଆଖିରେ ନ ଚାହାନ୍ତି ମିତ।

         

ସ୍ୱାମୀଛାଡି  ବାପ ଘରେ ପଡିରହିଛି

          ଦିଅନ୍ତି ସରବେ କି ଉଲୁଗୁଣା

ମିଛ ଅପବାଦ ମୁଣ୍ଡରେ ମୁଣ୍ଡାଇ 

         ସହୁଛି ଅସହ୍ୟ କେତେ ଗଞ୍ଜଣା।


ବିହି ହେଲା ବାମ ମୋ କରମ ଫଟା

       ଆପଣାର ଜନ ହୋଇଲେ ପର

ଚିହ୍ନା ମୁହଁ କିଆଁ ଅଚିହ୍ନା ହୋଇଲା

         ଉତ୍ତର ଦେବୁକି କଳା ଠାକୁର ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy