ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ଯେଦିନ ଦେଖିଲି ପ୍ରଥମେ ତୁମକୁ
ଅଚିହ୍ନା ହେଲେ ବି କିଣିଲ ମନକୁ।
ମୋ ପାଇଁ ତୁମେ ତ ଅଚିହ୍ନା ମଣିଷ
ତଥାପି କାହିଁକି ସପନରେ ଆସ।
ବୁଝାଇ ପାରୁନି ମନକୁ ମୋହର
କେମିତି କରିବି ତୁମକୁ ନିଜର।
ଚିହ୍ନା ଜଣା ନାହିଁ ତୁମର ମୋହର
କେମିତି ବାନ୍ଧିବି ସମ୍ପର୍କର ଡୋର।
ଭାବି ଭାବି ମୋତେ ନିଦ ତ ଆସେନି
ପାଠ ପଢା କଥା ଭୁଲି ମୁଁ ଗଲିଣି।
ଆସନି ଆସନି ତୁମେ ମୋ ସପନେ
ପାଠପଢା ସରୁ ଭାବିବି ମୁଁ ଦିନେ।

