STORYMIRROR

Ranjan kumar Mohanty

Inspirational

4  

Ranjan kumar Mohanty

Inspirational

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
243

ଅଚିହ୍ନା ମଣିଷ ଚିହ୍ନା ହୋଇଯାଏ 

କିଛି ଦିନ ବିତିଗଲେ 

ବିଶ୍ୱାସ ପାଲଟେ ପରିଚିତି ପୁଣି 

ଅବିଶ୍ୱାସୀ ମନ ତଳେ 

ସମୟର ଅନ୍ତରାଳେ 

ଜୀବନ ଯାତ୍ରାରେ ଅଚିହ୍ନା ଚିହ୍ନାର 

ନିତି ଅଙ୍କକଷା ଚାଲେ 


ଚିହ୍ନା ଲୋକ ପୁଣି ଅଚିହ୍ନା ହୁଅନ୍ତି 

ସ୍ୱାର୍ଥରେ ପଡିଲେ ବାଧା 

ମୁହଁକୁ ବୁଲେଇ ଦୂରେଇ ଯାଆନ୍ତି 

ବାଟ ରହିଯାଏ ଅଧା 

ହୁଏ ନାହିଁ ଅସୁବିଧା 

ସେଇ ବାଟେ ପୁଣି ଅଚିହ୍ନା ଲୋକଟେ 

କରେ ଜୀବନ ମସୁଧା 


ସ୍ନେହ ଶରଧା ଯେ ଅଚିହ୍ନା ଲୋକକୁ 

ଚିହ୍ନା ପୁଣି କରିଦିଏ 

ଆପଣାର କରି ପାରିଲେଟି ସିନା 

ଚୋର ଜଗୁଆଳ ହୁଏ 

ପଶୁ ପୋଷା ମାନୁଥାଏ 

ଅଚିହ୍ନା ମଣିଷ ଜୀବନ ବହିର 

ଚିହ୍ନା ଅଧ୍ୟାୟଟେ ହୁଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational