STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଅଛି ବର୍ଣ୍ଣିତ ପୁରାଣେ

ଅଛି ବର୍ଣ୍ଣିତ ପୁରାଣେ

1 min
111


ନାମ ହିଁ ମଧୁର, ଦାନ ବି ମହତ

ସୁଝି ପାରିବେନି କେହି,

ଅମୃତ ଧାରା ବୁହାଇ ଦିଅଇ 

ଜଗତ ଜନଙ୍କ ପାଇଁ,

ସିଏ ଯେ ମମତାମୟୀ

ଏ ଧରାଧାମେ ଗୋମାତା ରୂପରେ

ସର୍ବଦେବାଦେବୀ ରୂପେ ପୂଜା ପାଇ।


ଯେଉଁ ଗୃହେ ଥାଏ ସେ ଗୃହରେ ସଦା

ସୁଖ ଶାନ୍ତି ଆସେ ଧାଇଁ,

ତା ପ୍ରବେଶ ହେଲେ ସର୍ବଗ୍ରହରିଷ୍ଟ

ଖଣ୍ଡନ ହୋଇଥାଇ,

ଅନୁଭବି ନିଜେ ମୁହିଁ,

ସେବା ପୂଜାର୍ଚ୍ଚନା ଆଦର କରିଲେ

ଦୁଃଖ କଷ୍ଟ ଦୂରୀଭୂତ ହୁଏ ଭଲେ।


ଅପୁତ୍ରିକ ଘରେ ପୁତ୍ରଜାତ ହୁଏ

ଗୋମାତା ଆଶିଷ ବଳେ,

ଗୋମାତାଙ୍କ ପ୍ରତି ଲୋମକୂପେ ଥାନ୍ତି

ସବୁ ଦେବାଦେବୀ ଗଣେ,

ଗୋମାତାଙ୍କ ଅନ୍ୟନାମ କାମଧେନୁ 

ଅଛି ବର୍ଣ୍ଣିତ ପୁରାଣେ।

କୋଟି ଜୁହାର ତୋ ଚରଣେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract